ମୋ ୱାର୍ଡ କାର୍ଯ୍ୟକ୍ରମରେ ୨ନଂ ୱାର୍ଡ ପରିଦର୍ଶନ କଲେ ମେୟର
କଟକ : ମୋ ୱାର୍ଡ ଅଭିଯାନର ୨ୟ ଦିବସରେ ସିଏମସି ମେୟର ସୁବାସ ସିଂହ ୨ ନମ୍ବର ୱାର୍ଡରେ ପରିମଳ ବ୍ୟବସ୍ଥାର ପରିଚାଳନା ନେଇ ତଦାରଖ କରିଥିଲେ । ବିଡାନାସୀ ହାଇସ୍କୁଲଠାରେ ହାଜିରା ପଏଣ୍ଟରେ ମେୟର ଶ୍ରୀ ସିଂହ ପହଂଚି ଉପସ୍ଥାନ ନେବା ସହିତ ପରିମଳ ବ୍ୟବସ୍ଥା ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଡେପୁଟି କମିଶନର ଅଜୟ ମହାନ୍ତି, ସହ କମିଶନର ତ୍ରିନାଥ ନାୟକ, କର୍ପୋରେଟର ପୁଷ୍ପିତ ମହାନ୍ତି, ୱାର୍ଡ ଅଫିସର ଅର୍ଘ୍ୟ ମହାନ୍ତି, ବୀରେନ ବେହେରା, ବସନ୍ତ ବେହେରା, ବଙ୍କିମ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ୧୦ଟା ସମୟରେ ମେୟରଙ୍କ ସହିତ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ମୁଖ୍ୟ ଯନ୍ତ୍ରୀ ନନ୍ଦକିଶୋର ପାଲ, ସହକାରୀ ଯନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ୱାଟକୋର ସହକାରୀ ଯନ୍ତ୍ରୀ ଜଗନ୍ନାଥ ସାହୁ, ଜାଇକାର ଯନ୍ତ୍ରୀ ସ୍ୱର୍ଣ୍ଣପ୍ରଭା, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ ସ୍ୱାଇଁ ପ୍ରମୁଖ ୱାର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲ, ଖେଳପଡିଆ, ଡାକ୍ତରଖାନା, ପାର୍କ, ନୂତନ ଭାବେ ନିର୍ମାଣ ହେଉଥିବା ଡ୍ରେନ୍, ସେକ୍ଟର ୧୦ ସ୍ଥିତ ଦୃଷ୍ଟିବାଧିତ ଓ ବଧିର ସ୍କୁଲ ଆଦି ବୁଲି ଦେଖିଥିଲେ । ପରେ ପରେ ଅପରାହ୍ନ ୩ଟାରେ ସ୍ଥାନୀୟ ଗୋଦାବରୀଶ ସଂସ୍କୃତ ଓ ଯୋଗ ବିଦ୍ୟାଳୟ ପରିସରରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟାମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏଥିରେ ମେୟରଙ୍କ ସହିତ ଡେପୁଟି କମିଶନର ଶ୍ୱେତପଦ୍ମା ଡି ଶତପଥୀ, ତପତି ଦାସ, ସୁରଜ ମିିଶ୍ର, ରେଣୁବାଳା ଦାସ, ଲୀଳାବତୀ ଖମାରି, ମମତା ମହାନ୍ତି, ଦମୟନ୍ତୀ ବେହେରା, ରାଜଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମେୟର ଶ୍ରୀ ସିଂହ ସମସ୍ତ ଅଭିଯୋଗ ଶୁଣିବା ପରେ ସମାଧାନ ଖୁବ୍ ଶୀଘ୍ର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
