ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କଥଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କଥଲାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;“ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍େକଥଲାଙ୍କ ବିୟୋଗରେ ମର୍ମାହତ । ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଲୋକଙ୍କ ଜୀବନରେ ହାସ୍ୟ ଭରୁଥିଲେ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ : ପ୍ରଧାନମନ୍ତ୍ରୀ
