ୟୁପିର ପ୍ରୟାଗରାଜ କୋର୍ଟରେ ମଙ୍ଗଳବାର ହାଜର ହେବ ମାଫିଆ ଅତିକ ଅହମ୍ମଦ
ଝାନ୍ସୀ : ଗୁଜୁରାଟର ସାବରମତି ଜେଲ୍ ରେ କଏଦ ଥିବା ମାଫିଆ ଅତିକ ଅହମ୍ମଦକୁ ପ୍ରୟାଗରାଜ ଅଣାଯାଉଛି । ରବିବାର ଉତର ପ୍ରଦେଶ ପୋଲିସର ଏକ ଟିମ୍ ସାବରମତି ଜେଲ୍ ରୁ ଅତିକକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ସୋମବାର ଝାନ୍ସୀ ପୋଲିସ ଲାଇନରେ ପହଂଚିଥିଲେ ଏବଂ ଏଠାରେ ଦେଢ଼ ଘଂଟା ଅଟକିବା ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି । ଅତିକ ଅହମ୍ମଦ ଉମେଶ ପାଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଛି । ତାକୁ ମଙ୍ଗଳବାର ପ୍ରୟାଗରାଜର ଏମପି-ଏମଏଲଏ ସ୍ପେଶାଲ କୋର୍ଟରେ ହାଜର କରାଯିବ ।
