କୋଲକାତାରେ ନେତାଜୀ ଭବନ ପରିଦର୍ଶନ କଲେ ରାଷ୍ଟ୍ରପତି
କୋଲକାତା : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସୋମବାର ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । କୋଲକାତାରେ ପହଂଚିବା ପରେ ରାଜ୍ୟପାଳ ଡ. ସି ଭି ଆନନ୍ଦ ବୋଷ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । କୋଲକାତା ଗସ୍ତ ଅବସରରେ ରାଷ୍ଟ୍ରପତି ନେତାଜୀ ଭବନ ପରିଦର୍ଶନ କରିବା ସହ ଦେଶ ମାତୃକାକୁ ସ୍ୱାଧୀନ କରିବାରେ ତାଙ୍କର ବୀରତ୍ୱର ସ୍ମୃତିଚାରଣ କରିଛନ୍ତି ।
