ନୂଆ ଏସପିଙ୍କ ସହ ‘ପ୍ରେସ-ଇମ୍ପ୍ରେସ’ ମିଡିଆ କ୍ଲବର ସାକ୍ଷାତ-ଆଲୋଚନା
ବାଲେଶ୍ୱର : ଦାୟିତ୍ୱ ଗ୍ରହଣ କରିଥିବା ବାଲେଶ୍ୱର ଏସପି ସାଗରିକା ନାଥଙ୍କୁ ମିଡିଆ କ୍ଲବ ‘ପ୍ରେସ-ଇମ୍ପ୍ରେସ’ର ଏକ ପ୍ରତିନିଧି ଦଳ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛି । ମିଡିଆ କ୍ଲବର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଏସପିଙ୍କୁ ସ୍ୱାଗତ କରିଥିଲେ । ସାଧାରଣ ଲୋକଙ୍କ ନିକଟରେ ସହଜରେ ତଥା ଖୁବ କମ ସମୟ କିପରି ପୁଲିସ ସେବା ପହଞ୍ଚିବ, ସେ ନେଇ ଉଚିତ ପଦକ୍ଷେପ ନେବେ ବୋଲି ଏସପି ଶ୍ରୀମତୀ ନାଥ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ସାମ୍ବାଦିକଙ୍କ ସମେତ ସବୁ ମହଲରୁ ସେ ସହଯୋଗ କାମନା କରିଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ ପ୍ରେସ-ଇମ୍ପ୍ରେସର ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କରଙ୍କ ସମେତ ସନ୍ଦୀପ୍ତ କୁମାର ଦାସ, ବାସୁଦେବ ରାଉଳ, ପ୍ରଭାତ କୁମାର ଶର୍ମା, ସୁଦୀପ୍ତ ମହାନ୍ତି, ସ୍ୱାଗତିକା ବାରିକ, ଅଜିମ ବାଲେଶ୍ୱରୀ, ପଦ୍ମଲୋଚନ ଦତ୍ତ, ଶିବଶଙ୍କର ଭୋଇ, ଇନାୟତ ଅଲି ଖାଁ, ମୋନାଲିସା ପାଣିଗ୍ରାହୀ, ରତିକାନ୍ତ ଦତ୍ତ, ସୁରେନ୍ଦ୍ର ମୋହନ ଜେନା, ଉମାକାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁଶୀଳ ଜେନା, ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
