ଭଦ୍ରକ ପୌରାଞ୍ଚଳରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ସାମ୍ବିଦକ ସମ୍ମିଳନୀ
ଭଦ୍ରକ : ଭଦ୍ରକ ଖାଲୁଆ ଅଂଚଳର ଅଧିବାସୀମାନଙ୍କ ଦ୍ୱାରା ଆଜି କଣ୍ଟାବାଣିଆରେ ଏକ ସଭା ଗୃହରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ତାଜ ମହମ୍ମଦ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭବାନୀ ଶଙ୍କର ମହାନ୍ତି, ସେଖ ଜହର ମହମ୍ମଦ, ବାମଦେବ ଜେନା, ସୁବଳ ବାରିକ, କୁଶ ଯେନା, ଏସକେ ସାହୁ, ମୀର କାଜଲ, ଚାରୁ ଚନ୍ଦ୍ର ମହାନ୍ତି, ହରିହର ସାହୁ, ହରି ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ପୌରାଂଚଳରେ ଡ୍ରେନ ସମସ୍ୟାକୁ ନେଇ ଏହି ସଂଗଠନ ଦ୍ୱାରା ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସମସ୍ୟା ଗୁଡିକ ହେଲା ଭଦ୍ରକ ପୌରାଂଚଳରେ ଡ୍ରେନେଜ ବିଭାଗ ଥିବା ସମୟରେ ଯେଉଁ ସବୁ କାର୍ଯ୍ୟ କରାଯାଉଥିଲା ତାହା ବର୍ତମାନ ମ୍ୟୁନସିପାଲିଟି ଦ୍ୱାରା କାର୍ଯ୍ୟାକାରୀ ହେଉନାହିଁ, ମ୍ୟୁନସିପାଲିଟି ଦ୍ୱାରା ଡ୍ରେନେଜ ଗୁଡିକ କ୍ଷତିଗ୍ରସ୍ତ ହେଉଛି, ପ୍ରତ୍ୟେକ ଦିନ ଅଳିଆ ଆର୍ବଜନା ଅଣାଯାଇ ବିଭିନ୍ନ ସ୍ଥାନରେ ପକାଯାଇ ଡ୍ରେନେଜକୁ ଅବରୋଦ୍ଧ କରାଯାଉଛି, ବିଟ୍ରିଶ ଦ୍ୱାରା ନିର୍ମାଣ କରାଯାଇଥିବା ଡ୍ରେନଗୁଡିକ ପ୍ରଭାବାଶଳୀ ବ୍ୟକ୍ତିମାନେ ନିଜ ନିଜ ନାମରେ ଅକ୍ତିଆର କରିରଖିଛନ୍ତି, ପୌରାଞ୍ଚଳରେ ଜବରଦଖଲ ହୋଇଥିବା ଡ୍ରେନଜଗୁଡିକର ଉଚ୍ଛେଦ ପାଇଁ ମାନ୍ୟବର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା, ଏହି ମାମଲାକୁ ମାନ୍ୟବର ହାଇକୋର୍ଟରେ ବିଚାର ହୋଇ ଡିସେମ୍ବର ୨୦୧୦ ମସିହାରେ ଉଚ୍ଛେଦ ଆଦେଶ ହୋଇଥିଲେ ମଧ୍ୟ ତାହା ବର୍ତମାନ ସୁଧା କାର୍ଯ୍ୟାକାରୀ ହୋଇପାରିନାହିଁ ବରଂ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ନିଜ ନାମରେ ନାଳର କିସମ ପରିବର୍ତନ କରି ଘରବାଡି କରିଥିବାର କିଛି ପ୍ରମାଣ ମିଳିଛି, ରାଜନୈତିକ ବ୍ୟକ୍ତିବିଶେଷମାନେ ନିଜ ଜମି ସମ୍ମୁଖରେ ଥିବା ବିଭିନ୍ନ ସ୍ଥାନରେ ଡ୍ରେନକୁ ବନ୍ଦ କରିଥିବା ନାଳକୁ ଉଚ୍ଛେଦ କରାଯାଉ । ଯଦି ଉକ୍ତ ସମସ୍ୟାରେ ସମାଧାନ କରାନଯାଏ ଆଗାମୀ ଦିନରେ ଭଦ୍ରକ ଖାଲୁଆ ଅଂଚଳର ଅଧିବାସୀ ସଂଗଠନ ଆଇନର ଦ୍ୱାରସ୍ତ ହେବେ ବୋଲି ମତପ୍ରକାଶ କରିଛନ୍ତି ।
