ଯୁବ ସାରସ୍ୱତ ସମ୍ମିଳନୀର ପ୍ରସ୍ତୁତି ବୈଠକ
ତିହିଡ଼ି : ଦୀର୍ଘ ତିନିବର୍ଷ ଧରି ପାଳନ କରାଯାଉଥିବା ଯୁବସାରସ୍ୱତ ସମ୍ମିଳନୀର ପ୍ରସ୍ତୁତି ବୈଠକ ସୋମନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି । ସର୍ବ ପ୍ରଥମେ ସଂପାଦକ ବିଭୂତିଭୂଷଣ ସେନାପତି ସଂପାଦକୀୟ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଉକ୍ତ ସମ୍ମିଳନୀକୁ ସୁଚାରୁ ରୂପେ ପରିଚାଳନ କରିବା ପାଇଁ ଏକ କମିଟ ଗଠନ କରାଗଲା । ସେଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଅମୂଲ୍ୟ କୁମାର ସେନାପତି, ଉପସଭାପତି ଭାବେ କୈଳାସ ଚନ୍ଦ୍ର ବେହେରା, ସଂଯୁକ୍ତା ଭାରତୀ, ସାଧାରଣ ସଂପାଦକ ନୀଳମାଧବ ସେନାପତି,ସହକାରୀ ସଂପାଦକ ନିରଞନ ବାରିକ ଓ ବିସ୍ମୟ ବିହାରୀ ସାହୁ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ମହାଳିକ, ଉପକୋଷାଧ୍ୟକ୍ଷ ମନୋଜ କୁମାର ପାଣିଗ୍ରାହୀ ,ସାଂସ୍କୃତକି ସଂପାଦକ ସୁଧାଂଶୁ ନାୟକ,ଆଶୁତୋଷ କରଣ,ବିକାଶ କୁମାର ଶତପଥୀ,ଆୟ ବ୍ୟୟର ହିସାବକୁ ତନଖି କରି ଦେଖିବା ପାଇଁ ଅଡିଟର ସୁଶାନ୍ତ କୁମାର ପଣ୍ଡା, ଏବଂ କାର୍ଯ୍ୟକାରୀଣୀ ସଦସ୍ୟ ଭାବେ ଶଶିକାନ୍ତ ମଲ୍ଲିକ, ରଂଜୁ ଗାହାଣ, ବିଶ୍ୱମୈତ୍ରୀ ନାୟକ, ମନୋରଂଜନ ମୁଦୁଲି, ପୁଷ୍ପାଞଳି ତ୍ରିପାଠୀ, ସୁବାସ ଚନ୍ଦ୍ର ମହାନ୍ତି ପ୍ରଭୃତିଙ୍କ ନାମ ଉଲ୍ଲେଖ କରାଗଲା । ତିହିଡ଼ି ଏକ ସାହିତ୍ୟ ଓ ସଂସ୍କୃତିର ପୀଠ ହୋଇଥିବାରୁ ମା’ ସାହାଡ଼ା ଶୁଣୀ,ଦପା ନାୟକାଣୀ ,ପାଟଣ ମଙ୍ଗଳା, ବିରଂଚି ନାରାୟଣ, କାନ୍ତକବି ଲକ୍ଷ୍ମୀକାନ୍ତ, ସଂଗୀତଜ୍ଞ ମନମୋହନ ସାବତ୍, ଗାଳ୍ପିକ ନିତ୍ୟାନଂଦ ଦାସ, ଚିନ୍ତାମଣି ସାହୁ, ପିତାମ୍ବର ସ୍ୱାଇଁ, ନିତ୍ୟାନଂଦ ପତି ପ୍ରଭୃତିଙ୍କ ନାମରେ ସଂକ୍ଷିପ୍ତ ବକ୍ତବ୍ୟ ରଖିବାପାଇଁ ଯୁବ ସାରସ୍ୱତ ସମ୍ମିଳନୀର ସମସ୍ତ କର୍ମକର୍ତ୍ତାଙ୍କୁ ଅବଗତ କରାଗଲା । ନୂତନକର୍ମକର୍ତ୍ତା ଭାବେ ଶିକ୍ଷାବିତ୍ ଲକ୍ଷ୍ମୀଧର ତ୍ରୀପାଠୀ, ନିତ୍ୟାନଂଦ ମଲ୍ଲିକ, ଜନସେବୀ ରଘୁନାଥ ପାତ୍ରଙ୍କୁ ଗ୍ରହଣ କରାଗଲା । ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହ (ତା.୨୨.୨.୨୦୨୩ରିଖ)କୁ ବାର୍ଷିକ ସମାରୋହ କରିବା ପାଇଁ ଦିନ ଧାର୍ଯ୍ୟ କରାଗଲା । ଆସନ୍ତା ବୈଠକ ଦୁଇ ସପ୍ତାହ ମଧ୍ୟରେ ଡାକିବା ପାଇଁ ସଂପାଦକ,ସଭାପତି ଓ ଆବାହକ ଦେବେନ୍ଦ୍ର ମହାଳିକ,ବିସ୍ମୟ ବିହାରୀ ସାହୁ, ନିରଞନ ବାରିକଙ୍କୁ ଅବଗତ କରାଗଲା । ସମ୍ମିଳନୀର ମୁଖପତ୍ର ସୂର୍ଯ୍ୟୋଦୟ ପ୍ରକାଶ କରିବା ପାଇଁ ଶିକ୍ଷାବିତ୍ ବିଭୂତିଭୂଷଣ ସେନାପତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଲକ୍ଷ୍ମୀଧର ପତି,କବି ନୀଳମାଧବ ସେନାପତି ଓ ବାଇଚଢେଇ ସଂପାଦଦକ ବିକାଶ କୁମାର ଶତପଥୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଗଲା ।
