ତିହିଡ଼ି ମେଳନ ପାଇଁ ପ୍ରସ୍ତୁତି ବୈଠକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ମେଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ତିହିଡ଼ି ଗ୍ରାମର ଦଧିବାମନ ଜୀଉୟ ମନ୍ଦିର ପରିସରରେ ମେଳନ କମିଟି କର୍ମକର୍ତ୍ତା ଓ ଠାକୁର ସେବକଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କମିଟିର ସଭାପତି ବାପୁଜୀ ନାୟକ ପୌରୋହିତ୍ୟ କରିଥିଲେ । ବିଗତ ଦୁଇବର୍ଷ କରୋନା କଟକଣା ପାଇଁ ଏହି ମେଳନ କେବଳ ରୀତିନୀତିରେ ସୀମତ ଥିବା ବେଳେ ଚଳିତ ବର୍ଷ ଏହାକୁ ପୂର୍ବ ବର୍ଷମାନଙ୍କ ଭଳି ଜାକଜମକରେ ପାଳନ କରିବା ନେଇ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ଠାକୁର ସେବକ ସ୍ୱୟଂଗୋପାଳ ନାୟକ, ଆନନ୍ଦ ନାୟକ, ବାଇଧର ଘଡ଼େଇ, ଅଭୟ କୁମାର ସେଠୀ, କମଳେଶ ବିଶ୍ୱାଳ, ମଦନମୋହନ କର, କମିଟିର ସମ୍ପାଦକ ସଚିକାନ୍ତ ନାୟକ, ଉପସଭାପତି ରମାକାନ୍ତ ନାଥ, କୋଷାଧ୍ୟକ୍ଷ ପ୍ରଭାତ ରାଉଳ, ସଦସ୍ୟ ବିଷ୍ଣୁ ଚନ୍ଦ୍ର ଦାଶ, ଶରତ କର, କୈଳାସ ପାତ୍ର, ପାର୍ଥସାରଥି ନାୟକ, ପୀତବାସ ପଣ୍ଡା, ମହେନ୍ଦ୍ର ଓଝା, ରମେଶ ପଣ୍ଡା, ବିବେକାନନ୍ଦ ନାୟକ, ଘନଶ୍ୟାମ ଓଝା, ମୁନା କର, ରାଜେଶ ନାୟକ, ଶିବପ୍ରସାଦ କର ପ୍ରମୁଖଙ୍କ ସହିତ ଗ୍ରାମବାସୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
