ନବରଙ୍ଗପୁର ମହାବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ବିଧାୟକ ସଦନ ନାୟକ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ନବରଙ୍ଗପୁର କଲେଜ ର ସ୍ୱର୍ଣ୍ଣ ଜୟନ୍ତି କିଭଳି ସୁରଖୁରରେ ହେବ ବିସ୍ତୃତ ଭବରେ ଆଲୋଚନା ହୋଇଥିଲା । ବିଶେଷ କରି ସ୍ୱର୍ଣ୍ଣ ଜୟନ୍ତି ପାଳନ କରିବା ନିମନ୍ତେ କେତେ ଟଙ୍କା ଖର୍ଚ୍ଚ ହେବ, କିଭଳି ସୁରଖୁରରେ ସୂଚାରୁ ରୂପେ ପାଳନ କରାଯିବ ଏବଂ ଆୟ ବ୍ୟୟର ଏକ ଅଟକଳ ବିଷୟରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା । ଉପସ୍ଥିତ ଥିବା ମାନ୍ୟବର ସାଂସଦ ବିଧାୟକ ଗଣ ସ୍ୱର୍ଣ୍ଣ ଜୟନ୍ତି ପାଳନ କରିବା ନିମନ୍ତେ ଅର୍ଥର ଅଭାବ ପରିଲକ୍ଷିତ ହେବ ନାହିଁ ବୋଲି ଗୃହରେ ଭରସା ଦେଇଥିଲେ । ସ୍ୱର୍ଣ୍ଣ ଜୟନ୍ତୀ ରୂପରେଖ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ,ଆଲୁମିନି କୋର କମିଟିର ଆବାହକ ଶ୍ରୀ ଗଣେଶ ଦାଶ, ସହ ଆବାହକ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଦିଲ୍ଲୀପ କୁମାର ହୋତା,ଆଇନ ପରାମର୍ଶ ଦାତା ଶ୍ରୀ ନରସିଂହ ତ୍ରିପାଠୀ, ଆଲୁମିନି କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀ କିଶୋର ପଟ୍ଟନାୟକ, ଶ୍ରୀ ଶିଭଶଙ୍କର ତ୍ରିପାଠୀ, ଶ୍ରୀମତି ସ୍ୱର୍ତଲତା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ଉମାଶଙ୍କର ତ୍ରିପାଠୀ ଙ୍କ ସହ ମହାବିଦ୍ୟାଳୟ ର ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ ।
