ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ୍ କୁଟ୍ରି ଛାପର୍ ପଂଚାୟତର ସରିଗୁଡ଼ା ଗ୍ରାମରେ ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ସକାଳ ୯ ଘଣ୍ଟା ସମୟରେ କାଜୁ ବାଡିକୁ ଯାଇଥିବା ବିଶେଶ୍ୱର ଧାରୁଆ (୬୪) ଭାଲୁ ଆକ୍ରମଣ ର ଶିକାର ହୋଇଛନ୍ତି । ସୂଚନାନୁସାରେ ଝରିଗାଁ ବ୍ଲକ୍, କୁଟ୍ରୀ ଛାପର୍ ପଂଚାୟତର ସରିପଡ଼ା ଗ୍ରାମର ବିଶେଶ୍ୱର ନିକଟସ୍ଥ କାଜୁ ବାଡି କୁ ଯାଇ ଭାଲୁ ଆକ୍ରମଣରେ ଗଭୀର ଆଘାତ ହୋଇଥିବା ଦେଖିବାକୁ ମିଳିଛି । ନିକଟସ୍ଥ ସ୍ଥାନୀୟ ଲୋକେ ଚିତ୍କାର କରିବାରୁ ଭୟରେ ଭାଲୁ ବୃଦ୍ଧଙ୍କୁ ଛାଡ଼ି କାଜୁ ବାଡି ଭିତରେ ପ୍ରବେଶ କରି ଅନ୍ୟ ଆଡ଼େ ଚାଲିଯାଇଛି । ବୃଦ୍ଧଙ୍କୁ ଉଦ୍ଧାର କରି ଲୋକେ ଆମ୍ବୁଲାନ୍ସ ଡକାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ଡାକ୍ତର ସନ୍ତୋଷ ପ୍ରଧାନ ଉନ୍ନତ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ପ୍ରକାଶ କରିଛନ୍ତି ।
