ପୂର୍ଣ୍ଣାନନ୍ଦ ସ୍ମୃତିପାଠାଗାର ଓ ପଠନ କକ୍ଷର ବାର୍ଷିକ ଅଧିବେସନ ନିମନ୍ତେ ପ୍ରସ୍ତୁତି ବୈଠକ
ଯାଜପୁର : ଯାଜପୁର ପୌରପାଳିକା ସ୍ଥିତ ପୂର୍ଣ୍ଣାନନ୍ଦ ସ୍ମୃତିପାଠାଗାର ଓ ପଠକ କକ୍ଷ ପରିସରରେ ବାର୍ଷିକ ଅଧିବେସନ ନିମନ୍ତେ ପ୍ରସ୍ତୁତ ବୈଠକ ସଭାପତି କହ୍ନାଇ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ହୋଇଯାଇଛି । ଉକ୍ତ ବୈଠକରେ ୦୩/୦୨/୨୦୨୩ ରିଖ ଶୁକ୍ରବାର ଦିନ ୧୧ ଘଟିକାରେ ବିରଜା ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏହା ଅନୁଷ୍ଠିତ ହେବ । ପୂର୍ବରୁ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିରତଣ କରାଯିବ । ବିଶିଷ୍ଟ ସମାଜସେବୀ ବନବିହାରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଗଲା । ସଭ୍ୟମାନଙ୍କ ମଧ୍ୟରେ ବାର୍ଷିକ ଅଧିବେସନ ନିମନ୍ତେ ଦାୟିତ୍ୱ ବଣ୍ଟନ କରାଗଲା । ଉକ୍ତ ବୈଠକରେ ଗଦାଧର ରାଉତ, ପୁଷ୍ପକାନ୍ତ ମଲ୍ଲିକ, ନୃସିଂହ ଚରଣ ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ପାଠୀ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ବେହୁରିଆ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ପାଣ୍ଡବ ଚରଣ ସାହୁ ଧନ୍ୟବାଦ ଦେଇଥିଲେ ।
