ଅଭିମନ୍ୟୁ ସାମନ୍ତସିଂହାର ସାଂସ୍କୃତିକ ପରିଷଦ ପକ୍ଷରୁ ନାଟକ ‘ଉର୍ବଶୀ’ ମଞ୍ଚସ୍ଥ
ଯାଜପୁର : ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ବିଦଗ୍ଦ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉପଲକ୍ଷେ ଅଭିମନ୍ୟୁ ସଂସ୍କୃତି ପରିଷଦ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ଡକ୍ଟର ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାେବେ ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ଅଭିମନ୍ୟୁ ବରାଳ ଯୋଗଦେଇ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ଦେଇଛନ୍ତି । ଅନ୍ୟତମ ସମ୍ମାନିତ ଅତିଥିଭାବେ ପ୍ରଫେସର ଦେବାଶିଷ ଲେଙ୍କା, ମନ୍ମଥ ରାୟ, ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ବିଦଗ୍ଧ କବିଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ବରିଷ୍ଠ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅଭିମନ୍ୟୁ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଭିନ୍ନ ସ୍ୱାଦର ନାଟକ ଉର୍ବଶୀ ମଞ୍ଚସ୍ତ କରାଯାଇଅଛି । ଏହି ନାଟକର କାହାଣୀ ନିର୍ଦ୍ଦେଶନା ଅନୁଷ୍ଠାନର ସଭାପତି ଡକ୍ଟର ରାଜକିଶୋର ପଣ୍ଡା ଦେଇଥିବା ବେଳେ ଏଥିରେ ‘ଉର୍ବଶୀ ଚରିତ୍ର’ରେ ଶୁଭଶ୍ରୀ ନାୟକ, ଅଭିନେତ୍ରୀ ଇଚ୍ଛାମୟୀ ଧଳ, ଚଳଚିତ୍ର ଅଭିନେତା ତଥା ବରିଷ୍ଠ ସାମ୍ବାଦିକ ହରିହର ସ୍ୱାଇଁ, ମୋହନ ଚରଣ ଦାସ, ସତ୍ୟରଂଜନ କର, ସନ୍ତୋଷ ଦାସ, ପ୍ରଣବ କୁମାର କର, ବିରୁପାକ୍ଷ ଦ୍ୱିବେଦୀ, ଭାଗିରଥି ନନ୍ଦ ପ୍ରମୁଖଙ୍କ ଚମତ୍କାର ଅଭିନୟ ଦର୍ଶକ ମାନଙ୍କୁ ବିମୁଗ୍ଧ କରିଅଛି । ଏହି କାର୍ଯ୍ୟକ୍ରମରେ ଶଙ୍କର ଚିତ୍ରାଳୟର ମୁଖ୍ୟ ଶଙ୍କର ସାହୁ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଡିଜିଟାଲ ମୁଖ୍ୟ ପ୍ରଶାନ୍ତ କୁମାର ମିଶ୍ର ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ପୃଥିବୀରାଜ ପଣ୍ଡାଙ୍କ ସାଥି ବେଶ ଚମତ୍କାର ସଂଗୀତ ପରିବେଶଣ କରି ଦର୍ଶକମାନଙ୍କୁ ନିଆର ଭେଟି ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ସ୍ୱାଇଁ ପରିଚାଳନା କରିଥିଲେ ।
