ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ଠାରେ ପ୍ରଗତି ଉତ୍ସବ
କେନ୍ଦୁଝର : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ ଠାରେ ଚଳିତ ଶିକ୍ଷାବର୍ଷ-୨୦୨୨-୨୩ ର ବାର୍ଷିକ ପରୀକ୍ଷାର ଫଳାଫଳ \”ପ୍ରଗତି ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବୌଦ୍ଧିକ ମଣ୍ଡପରେ ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତି ସୁନୀଲ କୁମାର ରଥ ଅଧ୍ୟକ୍ଷତା କରିଥିବାବେଳେ କେନ୍ଦୁଝରର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟଅତିଥି ଓ ସଂପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ସମ୍ମାନୀତ ଅତିଥିଭାବେ ଯୋଗଦେଇ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମହାନ୍ତି ବାର୍ଷିକପରୀକ୍ଷାର ଫଳାଫଳ ବିବରଣୀ ପ୍ରଦାନ କରିଥିଲେ । ୧ମରୁ ୮ମ ଶ୍ରେଣୀ ଯାଏଁ ମୋଟ ୧୧୭୩ ଜଣ ଶିଶୁଙ୍କ ମଧ୍ୟରୁ ୨୦୮ ଜଣ କ+ ସ୍ତର (୯୧% +) ,୨୯୨ ଜଣ କ ସ୍ତର (୮୧% +), ୨୫୩ ଜଣ ଖ+ ସ୍ତର(୬୧ %+) ,୧୯୦ ଜଣ ଖ ସ୍ତର(୬୧ % +) , ୧୪୦ ଜଣ ଗ+ ସ୍ତର (୫୧ % +), ୬୨ ଜଣ ଗ (୪୧% +), ୧୮ଜଣ ଘ ସ୍ତର (୩୩% ) ଏବଂ ୧୦ ଜଣ ଙ ସ୍ତର (୩୩%ରୁ କମ୍) ହାସଲ କରିଛନ୍ତି । ସେହିପରି ଚଳିତ ଶିକ୍ଷାବର୍ଷରେ ୯ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଙ୍କ ଦ୍ୱାରା ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ବିଦ୍ୟାଳୟର ମୋଟ ୨୨୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଇ୧ – ୧୧, ଇ୨ – ୪୧, ଈ୧ – ୫୬, ଈ୨ – ୬୮, ଉ – ୩୦ ଊ- ୧୪ ଓ ଋ – ୧ ଜଣ ସୁର ହାସଲ କରିଛନ୍ତି । ଏହି ପ୍ରଗତି ଉତ୍ସବ ଅବସରରେ ପ୍ରତି ଶ୍ରେଣୀର ପ୍ରଥମ ୧୦ ଜଣ ଓ ନବମର ସମସ୍ତ ଇ୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
