୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି.ରେ ନୂତନ ଫାୟରିଂ ସୁଟିଂ ରେଞ୍ଜ ଉଦଘାଟିତ
କେନ୍ଦୁଝର : ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. ର ସ୍ଥାୟୀ ସୁଟିଂ ରେଞ୍ଜ (୫୦ମି.) ଗ୍ରୁପ୍ ହେଡକ୍ୱାର୍ଟର ସମ୍ବଲପୁର ର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଅମିତାଭ ରାୟଙ୍କ କରକମଳରେ ଗୁରୁବାର ଉଦଘାଟିତ ହୋଇଯାଇଛି ।ରାଜ୍ୟ ଓ ଜାତୀୟସ୍ତରୀୟ ଫାୟାରିଂ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଏହି ଠାରେ କ୍ୟାଡେଟସ୍ ପର୍ଯ୍ୟାପ୍ତ ପରିମାଣରେ ଅଭ୍ୟାସ କରିବାର ସୁଯୋଗ ପାଇବେ ବୋଲି ଗ୍ରୁପ୍ କମାଣ୍ଡର ମତବ୍ୟକ୍ତ କରିଥିଲେ । କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ ଏମ୍. ଚନ୍ଦ୍ର ଶେଖର ରାଓ ଏବଂ ଡି.ଡି. କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ ଏହି ସୁଟିଂ ରେଞ୍ଜ କ୍ୟାଡେଟସଙ୍କ ପାଇଁ ବହୁତ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ ।ମେଜର ଉପେନ୍ଦ୍ର ନାଥ ମହାନ୍ତ,ଲେଫ୍ଟନାଣ୍ଟ ସଲମା କିସ୍କୁ,ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ,ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରା,ସୁରେନ୍ଦ୍ର କୁମାର ପଇଦା,ସୁବେଦାର ସୁରେଶ ତିୱାରୀ,ହାବିଲଦାର ଗଣେଶ ଚନ୍ଦ୍ରା, ବିଜୟ କଙ୍ଗାରୀ, ରାଜୀବ କୁମାର ଗୁପ୍ତା,ନୂତନ କୁମାର ସାହୁ,ଭୂପେନ୍ଦ୍ର ସିଂ,ମାର୍କସ ଲକଡା,କେ.ଜେ.ରାଓ ପ୍ରମୁଖ କ୍ୟାଡେଟସ୍ ଙ୍କ ଫାୟାରିଂ ଅଭ୍ୟାସରେ ସହଯୋଗ କରିଥିଲେ ।
