ଦେଶୀ ମଦଭାଟି ଉପରେ ପୁଲିସର ଚଢ଼ାଉ, ୨୦୦ଲିଟର ମଦ ଜବତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ପୁଲିସ ପକ୍ଷରୁ ରବିବାର ବିଭିନ୍ନ ଗ୍ରାମରେ ଥିବା ଦେଶୀ ମଦଭାଟି ଉପରେ ଚଢ଼ାଉ କରାଯାଇ ୨୦୦ଲିଟର ଦେଶୀ ମଦ ଜବତ କରାଯାଇଛି । ତିହିଡ଼ି ଥାନା ଅଧିକାରୀ ଏମଡି ହାଫିଜ୍ଙ୍କ ନେତୃତ୍ୱରେ ଏକ ଟିମ୍ ତାଳପଦା, ଗୋପସାହି, ଗଦାଧରପୁର, କନ୍ଦପୁର ଗ୍ରାମରେ ଥିବା ଦେଶୀ ମଦଭାଟି ଉପରେ ଚଢ଼ାଉ କରାଯାଇଥିଲା । ତାଳପଦାରେ ଥିବା ଦୁଇଟି ଦେଶୀ ମଦ ଭାଟିରୁ ୨୦୦ ଲିଟର ମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କରେ ପୁଲିସ ତାଳପଦା ଗ୍ରାମର କୃପାସିନ୍ଧୁ ବେହେରା ଓ ସନାତନ ବେହେରାଙ୍କ ନାମରେ ୧୪୦/୨୩ ଓ ୧୪୧/୨୩ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।
