ଚାରିତରଫ ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ଓ ବୀମା ରାଶି ପ୍ରଦାନ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ଓ ମୃତ ବ୍ୟକ୍ତିଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ସମବାୟ ସମିତିର ସଭାନେତ୍ରୀ ସୀମାରାଣୀ ବାରିକଙ୍କ ପୌରୋହିତ୍ୟରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଯୋଗ ଦେଇ ସମବାୟ ସମିତିରେ ସମସ୍ତ ଲୋକମାନେ ଜମାଖାତା ଖୋଲି ଅଧିକ ଜମା କରି ତା’ର ଲାଭାଂଶରେ ସମବାୟ ସମିତିର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମବାୟ ସମିତି ସମ୍ପାଦକ ମନୋରଂଜନ ବଳ ଚଳିତ ଆର୍ଥିକ ବର୍ଷ ସହିତ ପୂର୍ବ ୪ବର୍ଷର ପୁଙ୍ଖାନୁପୁଙ୍ଖ ଭାବେ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ବୈଠକରେ ଉପସ୍ଥିତ ଥିବା ସାଧାରଣ ସଦସ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ସମ୍ପାଦକ ଶ୍ରୀ ବଳ ଦେଇଥିଲେ । ଏହି ବୈଠକରେ ଚାରିତରଫ ଗ୍ରାମର ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତ୍ରିଲୋଚନ ବଳ, ପରମାନନ୍ଦ ବାରିକ ଓ ସାମନ୍ତରାୟପୁର ଗ୍ରାମର ରଘୁନାଥ ବେହେରାଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କର ଉତ୍ତରାଧିକାରୀ ଭାବେ ଚିତ୍ତରଂଜନ ବଳ, ଉପେନ୍ଦ୍ର ବାରିକ ଓ ଗୀତାରାଣୀ ବେହେରାଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ଚେକ୍ ଆକାରରେ ଶାଖା ପରିଚାଳକ ଶ୍ରୀ ପୁହାଣ ଓ ସମ୍ପାଦକ ଶ୍ରୀ ବଳ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପସଭାପତି ବସନ୍ତ କୁମାର ନାୟକ, ସଦସ୍ୟ ସୁଦର୍ଶନ ସ୍ୱାଇଁ, ସନାତନ ସ୍ୱାଇଁ, ସନାତନ ବାରିକ, ଭରତ ପଣ୍ଡା, ଶରତ କୁମାର ତ୍ରିପାଠୀ, ସୁବାସ ଚନ୍ଦ୍ର ସେଠୀ, ଭାସ୍କର ଚନ୍ଦ୍ର ମହାକୁଡ଼, ବିଚିତ୍ର ବଳ, ଅଭୟ ଦାସ, ମାଳତୀ ପଣ୍ଡା, ଶାନ୍ତିଲତା ସ୍ୱାଇଁ, ସ୍ୱର୍ଣ୍ଣଲତା ମହାକୁଡ଼ ପ୍ରମୁଖଙ୍କ ସହିତ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସ୍ୱାଇଁ ଓ ସନ୍ଥ ଚରଣ ବିଶ୍ୱାଳ, ସାଧାରଣ ସଭ୍ୟ ମୁକ୍ତିକାନ୍ତ ନାୟକ, ପ୍ରଫୁଲ୍ଲ ସ୍ୱାଇଁ, ଚୈତନ୍ୟ ସେଠୀ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମରେନ୍ଦ୍ର ବାରିକ୍, ଚିତ୍ତରଂଜନ ସ୍ୱାଇଁ, ପ୍ରହ୍ଲାଦ ମହାକୁଡ଼, ଉତ୍ତମ କୁମାର ପାଢ଼ୀ, ନରେନ୍ଦ୍ର ବିଶ୍ୱାଳ, ଅଗଣି ଚରଣ ବାରିକ, ଅନାଦି ବାରିକଙ୍କ ସହିତ ବହୁ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ସମବାୟ ସମିତି ସହସମ୍ପାଦକ ନିମାଇଁ ଚରଣ ନାଥ, କର୍ମଚାରୀ ସାଇରାମ ନାୟକ, ରାମଚନ୍ଦ୍ର ସୁଆଁର, କରୁଣାକର ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
