କ୍ରିକେଟ୍ ଦୃଷ୍ଟିରୁ ଆଜିର ଦିନଟି ଚମତ୍କାର : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ କ୍ରିକେଟ୍ରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଆଜିର ଦିନରେ ଭାରତ ଇଂଲଣ୍ଡରେ ଟେଷ୍ଟ ଜିତି ଇତିହାସ ରଚିଛି। ଦଳ ପାଞ୍ଚ ମ୍ୟାଚ୍ର ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଦଳକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି କହିଛନ୍ତି, ଟିକାକରଣ ଏବଂ କ୍ରିକେଟ୍ ଉଭୟ ଦୃଷ୍ଟିରୁ ଆଜିର ଦିନଟି ଭାରତ ପାଇଁ ଚମତ୍କାର ରହିଛି। ସୋମବାର ଭାରତ ଟିକାକରଣରେ ତୃତୀୟ ଥର ଏକ କୋଟି ପାର କରିଛି। ଅର୍ଥାତ ଆଜି ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ନେଇଛନ୍ତି। ଏଥିସହ ସହ ଦେଶରେ ମୋଟ୍ ଟିକାକରଣ ସଂଖ୍ୟା ୬୯.୬୮ କୋଟିରୁ ଅଧିକ ହୋଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନୁସଖ ମାଣ୍ଡଭିୟ ଟ୍ଵିଟ୍ କରି ଟିକାକରଣର ସୂଚନା ଦେଇଛନ୍ତି।
