ବୁମରା ଓ ଜାଡେଜାଙ୍କ ରେକର୍ଡ
ନୂଆଦିଲ୍ଲୀ : ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ କ୍ରିକେଟ୍ରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଆଜିର ଦିନରେ ଭାରତ ଇଂଲଣ୍ଡରେ ଟେଷ୍ଟ ଜିତି ଇତିହାସ ରଚିଛି। ଦଳ ପାଞ୍ଚ ମ୍ୟାଚ୍ର ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ରେ ଦୁଇଟି ଲେଖାଏ ୱିକେଟ ଦଖଲ କରି ରେକର୍ଡ ବୁକ୍ରେ ନିଜ ନାଁ ଲେଖାଇଛନ୍ତି। ବୁମରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ସବୁଠାରୁ କମ ମ୍ୟାଚ୍ରେ ୧୦୦ ୱିକେଟ ଦଖଲ କରିବାର ୧ନଂ ସ୍ଥାନରେ କିମ୍ବଦନ୍ତୀ ପେସ୍ ବୋଲର କ୍ରିକେଟର କପିଲ ଦେବ ରହିଥିଲେ। ଆଜି ବୁମ୍ରା ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।
?
— BCCI (@BCCI) September 6, 2021
What a way to reach the milestone! @Jaspritbumrah93 bowls a beauty as Pope is bowled. Among Indian pacers, he is the quickest to reach the mark of 100 Test wickets. ?https://t.co/OOZebPnBZU #TeamIndia #ENGvIND pic.twitter.com/MZFSFQkONB
କପିଲ ଦେବ ୨୫ଟି ମ୍ୟାଚ୍ରେ ୧୦୦ତମ ୱିକେଟ ପୂରଣ କରିଥିବା ବେଳେ ବୁମରା ୨୪ତମ ମ୍ୟାଚ୍ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ବୁମ୍ରା ଇଂଲଣ୍ଡର ଓଲି ପପ୍ଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ୱିକେଟ ପୂରଣ କରିଛନ୍ତି। ସେ ଭାରତର ୨୩ତମ ବୋଲର ଭାବେ ଟେଷ୍ଟରେ ୧୦୦ରୁ ଅଧିକ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି। ଭାରତ ପକ୍ଷରୁ ପେସ୍ ବୋଲର ଭାବେ ଇରଫାନ ପଠାନ ୨୮ଟି ମ୍ୟାଚ୍ରେ ମହମ୍ମଦ ଶାମି ୨୯ଟି ମ୍ୟାଚରେ, ଜବାଗଲ ଶ୍ରୀନାଥ ୩୦ଟି ମ୍ୟାଚରେ ଓ ଈଶାନ୍ତ ଶର୍ମା ୩୩ଟି ମ୍ୟାଚରେ ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ୱିକେଟ ଦଖଲ କରିଥିଲେ। ଏବେ ବୁମରା ୨୪ଟି ମ୍ୟାଚରେ ୧୦୧ ୱିକେଟ ଦଖଲ କରିନେଇଛନ୍ତି।
ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ୫୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ସେ ୪ର୍ଥ ଭାରତୀୟ ଅଲରାଉଣ୍ଡର ଭାବେ ଇଂଲଣ୍ଡ ବିପକ୍ଷରେ ୫୦ ୱିକେଟ ନେବା ସହ ୫୦୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଜାଡେଜା ମ୍ୟାଚ୍ର ୫ମ ଦିନରେ ହସିବ ହମିଦ ଓ ମୋଇନ ଅଲୀଙ୍କ ୱିକେଟ ନେଇ ଭିନୁ ମଙ୍କଡ, କପିଲ ଦେବ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ କପିଲ ଦେବ ୮୫ ୱିକେଟ ଓ ୧୩୫୫ ରନ୍ କରି ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଭିନୁ ମଙ୍କଡ(୫୪ ୱିକେଟ ଓ ୬୧୮ ରନ୍) ଓ ତୃତୀୟରେ ରବିଚନ୍ଦ୍ରନ ଅଶ୍ୱିନ(୫୧ ୱିକେଟ ଓ ୬୭୨ ରନ୍) ରହିଛନ୍ତି।
