ଥମୁନି ନିର୍ବାଚନୀ ହିଂସା! ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳି ମାଡ଼
ସମ୍ବଲପୁର : ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ । ଏହି ପରିପ୍ରେକ୍ଷୀରେ ଥମୁନି ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳି ମାଡ଼ । ସମ୍ବଲପୁର ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତରେ ଘଟିଛି ଏଭଳି ଅଘଟଣ ।
ସୂଚନା ଯେ, ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଲଳିତ କୁମାର ସାହୁ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ଉପରକୁ ଗୁଳିଚାଳନା କରିଛନ୍ତି । ଯାହାକି ତାଙ୍କ କବାଟରେ ବାଜିଛି । କବାଟର ଦୁଇଟି ସ୍ଥାନରେ ଗୁଳି ବାଜି କଣା ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏବେ ଯାଏଁ କିଏ ଓ କାହିଁକି ଗୁଳିମାଡ଼ କରିଛି । ସେନେଇ କିଛି ସବିଶେଷ ତଥ୍ୟ ହାସଲ କରିନାହିଁ ପୋଲିସ । ତଥ୍ୟ ସଂଗ୍ରହ ଚାଲିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
