ପଞ୍ଚାୟତ ବିଜେପି ସଭାପତି ଦଳରୁ ବହିସ୍କୃତ
ଯାଜପୁର : ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗରେ ବିଜେପି ପଞ୍ଚାୟତ ସଭାପତିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଶରଥପୁର ବ୍ଲକ ବିହାରି ପଞ୍ଚାୟତର ବିଜେପି ସଭାପତି କିଶୋର କୁମାର ସାମଲ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବାରୁ ଦଳର ଜିଲ୍ଲା ସଭାପତି ଗୌତମ ରାୟଙ୍କ ଅନୁମୋଦନ କ୍ରମେ ୪ନମ୍ବର ମଣ୍ଡଳ ବିଜେପି ସଭାପତି ଶ୍ରୀନିବାସ ପରିଡ଼ା କିଶୋର ସାମଲଙ୍କୁ ଦଳରୁ ବହିସ୍କାର କରିଛନ୍ତି । ଏ ନେଇ ମଣ୍ଡଳ ସଭାପତି ଶ୍ରୀ ପରିଡ଼ା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ।
