ବିଦ୍ୟାଳୟରେ ଫୁଟ୍ବଲ ବିତରଣ ଉତ୍ସବ
ଯାଜପୁର : ଦଶରଥପୁର ଶିକ୍ଷାମଣ୍ଡଳ ଅଧିନ ଥାଲକୁଡ଼ି ପଞ୍ଚାୟତସ୍ଥିତ ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ତରଫରୁ ଫିଫା ବିଶ୍ୱକପ ଫୁଟ୍ବଲ ପ୍ରତିଯୋଗିତା ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫୁଟ୍ବଲ୍ ବିତରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ଉତ୍ସବରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଆଲୋକ କୁମାର ଗିରିଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ୱାର୍ଡ଼ସଭ୍ୟ ଅବିନାଶ ଦାସ, କ୍ରୀଡ଼ାଶିକ୍ଷକ ଏସ୍ ହୋସେନ୍ ଖାଁନ୍ ଉପସ୍ତିତରହି ଛାତ୍ରଛାତ୍ରୀଙ୍କୁ ଫୁଟ୍ବଲ୍ ପ୍ରଦାନ କରିଥିଲେ ।ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ଫୁଟ୍ବଲ୍ ବଣ୍ଟନରେ ଖୁଶି ଜାହିର କରିଥିଲେ ।
