ଭାରତୀୟ ସୈନ୍ୟବାହିନୀ ଅଗ୍ନିପଥ ଯୋଜନା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ
କେନ୍ଦୁଝର : କେନ୍ଦୁଝର ତା ୨୩ /୦୨/୨୦୨୩ ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟା ରେ ସଂସ୍କାର ଆଣିଛି । ପ୍ରଥମ ଫିଲଟର ଭାବରେ ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ପରିବର୍ତନ କରିଛି । ଅଗ୍ନିବର ଯୋଜନା ରେ ନିଯୁକ୍ତି ନିମନ୍ତେ ଅନଲାଇନ ପଞ୍ଜିକରଣ ପକ୍ରିୟା ଆରମ୍ଭ ହୋଇ ଯାଇଅଛି । ବିଜ୍ଞପ୍ତିରେ ଦିଆ ଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଅଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷା ରେ ଯୋଗ ଦେବା ପାଇଁ ଅନଲାଇନ ରେ ୧୬ ଫେବ୍ରୁଆରୀ ୨୦୨୩ ରୁ ଆବେଦନ ଆରମ୍ଭ ହୋଇଛି ଏବଂ ୧୫ ମାର୍ଚ୍ଚ ୨୦୨୩ ମଧ୍ୟରେ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ ୱେବସାଇଟ ରେ ଆବେଦନ କରି ପାରିବେ । ପଂଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନା ରେ ଆବେଦନ ର ଭିଡିଓ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ ୱେବସାଇଟ ରେ ଉପଲବ୍ଧ ରହିଛି । ଚଳିତ ବର୍ଷ ଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ରେ ପରିବର୍ତନ କରାଯାଇଛି । ପ୍ରଥମେ ଆଶାୟୀ କମ୍ପୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାରୁ ପଡିବ । ସେଥ୍ପାଇଁ ପ୍ରତ୍ୟକ ଆଶାୟୀ ପ୍ରଥୀ ଅନଲାଇନ ୨୫୦ ଟଙ୍କା ଫିସ ଦେବାକୁ ପଡିବ । ଅନଲାଇନ ରେ ସାଧାରଣ ପ୍ରବେଶିକା ପରୀକ୍ଷା ୧୭ ଏପ୍ରିଲ ୨୦୨୩ ରୁ ୪ ମେ ୨୦୨୩ ମଧ୍ୟରେ ରାଜ୍ୟର ବିଭିନ୍ନ କେନ୍ଦ୍ର ରେ ଆୟୋଜନ କରାଯିବ । ଆଶାୟୀ ପ୍ରାର୍ଥୀଙ୍କ ସାହାଯ୍ୟ ନିମନ୍ତେ କମ୍ପୁଟର ଆଧାରିତ ଅଭ୍ୟାସ ପରୀକ୍ଷା ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭ ୱେବସାଇଟ ରେ ଉପଲବ୍ଧ ରହିଛି । ଭାରତୀୟ ସେନା ରେ ଅଗ୍ନିପଥ ନିଯୁକ୍ତି ନିମନ୍ତେ ଅଗ୍ନିପଥ ଯୋଜନା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନା ରେ ଓଡିଶା ର ବହୁତ ଯୁବ ଗୋଷ୍ଠି ଅଂଶ ଗ୍ରହଣ କରିଥିଲେ । ଅଗ୍ନିବାର ପ୍ରଥମ ବ୍ୟାତ ୧ ଜାନୁଆରୀ ୨୦୨୩ ରୁ ବିଭିନ୍ନ ସେନାତାଲିମ କେନ୍ଦ୍ରରେ ତାଲିମ ରତ ଅଛନ୍ତି । ଦ୍ୱିତୀୟ ବ୍ୟାଚ ପାଇଁ ୧ ମାର୍ଚ୍ଚ ୨୦୨୩ ଠାରୁ ତାଲିମ ଆରମ୍ଭ ହେବ । ବିଭିନ୍ନ ଶିକ୍ଷାନୁଷ୍ଠାନ ରେ କରାଯାଇଥିବା କାର୍ଯ୍ୟକ୍ରମ ସମୟ ରେ ବହୁ ସଂଖ୍ୟକ ଆଶାୟୀ ଭାରତୀୟ ସେନା ରେ ଯୋଗ ଦେବା କୁ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡିଶାର (ଉତରାଂଚଳ) ଜିଲ୍ଲା ର ଇଛୁକ ପ୍ରାର୍ଥୀ ମାନେ ଅଧିକ ସୂଚନା ପାଇଁ ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ପ୍ରକାଶ କରିଛନ୍ତି ।
