୫ମ ଜିଲ୍ଲା ସ୍ତରୀୟ ମୋ ସ୍କୁଲ ଅଭିଯାନ ଉତ୍ସବ ପାଳିତ
କେନ୍ଦୁଝର : ସ୍ଥାନୀୟ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ବୁଧବାର ୫ମ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଯାଇଅଛି ।ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ ଉତ୍ସବର ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଯୋଗ ଦେଇ ଜିଲ୍ଳାର ୧୩ ଟି ବ୍ଲକରୁ ଯୋଗ ଦେଇଥିବା ପୁରାତନ ଛାତ୍ର ଛାତ୍ରୀଙ୍କ ସେମାନଙ୍କ ବିଦ୍ୟାଳୟ ପ୍ରତି ଭଲ ପାଇବା,ଆନ୍ତରିକତା,ସମୟ ତଥା ବିଦ୍ୟାଳୟ ଉନ୍ନତି ନିମନ୍ତେ ଅର୍ଥ ରାଶି ପ୍ରଦାନକୁ ଉଚ୍ଚ ପ୍ରଶଂସା କରିଥିଲେ ।ମୋ ସ୍କୁଲ ଅଭିଯାନର ନୋଡାଲ ଅଧିକାରୀ ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ ମୋ ସ୍କୁଲ ଅଭିଯାନ ମାଧ୍ୟମ ରେ ବିଭିନ୍ନ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ର ବାର୍ଷିକ ବିବରଣୀ ପାଠ କରିଥଲେ । ପୁରାତନ ଛାତ୍ରଗଣ ସେମାନଙ୍କ ବିଦ୍ୟାଳୟରେ ବିଗତ ବର୍ଷ ମାନଙ୍କରେ ବିଦ୍ୟାଳୟ ରେ କରିଥିବା ଉନ୍ନତି ମୂଳକ କାର୍ଯ୍ୟ ତଥା ଆଗାମୀ ଦିନର ଯୋଜନା ସମ୍ବନ୍ଧ ରେ ମତବ୍ୟକ୍ତ କରିଥଲେ । ଜିଲ୍ଲା ଶିକ୍ଷାଧକାରୀ କାର୍ଯ୍ୟାଳୟ ର କର୍ମଚାରୀ କିଶୋର ଚନ୍ଦ୍ର ମହାନ୍ତ,ନିହାର ପାତ୍ର,ସୂର୍ଯ୍ୟକାନ୍ତ ତ୍ରିପାଠୀ,କଳ୍ପତରୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ସଚ୍ଚିଦାନନ୍ଦ ମହାକୁଡ଼ ସଂଯୋଜନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଶେଷରେ ଡି.ଏନ୍.ହାଇସ୍କୁଲ ର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
