ଟ୍ରେନକୁ ପଥର ଫିଙ୍ଗିବା ଘଟଣାରେ ଆରପିଏଫ ଦ୍ୱାରା ଜଣେ ଗିରଫ
କଟକ : ରାଜଧାନୀ ଏକ୍ସପ୍ରେସ ଓ ଲୋକମାନ୍ୟ ତିଲକ-ପୁରୀ ଏକ୍ସପ୍ରେସରେ ଜଗତପୁୁର ଏରିଆ କେନ୍ଦ୍ରାପଡା ରେଳ ଷ୍ଟେସନ ପାଖରେ ଲଗାତର ଭାବେ ପଥର ଫିଙ୍ଗା ଘଟଣାରେ ଆଜି ଆରପିଏଫ ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କଟକ ବାଦାମବାଡି ଥାନା ଅନ୍ତର୍ଗତ ପିଠାପୁରର ଈଶ୍ୱର ଚନ୍ଦ୍ର ମହାରଣା(୨୫) । ପ୍ରକାଶ ଯେ, ଏହି ଦୁଇଟି ଟ୍ରେନରେ ଗତ ଜୁଲାଇ ମାସ ୨୪ ଓ ୨୬ ତାରିଖରେ ଉକ୍ତ ସ୍ଥାନରେ ପଥର ଫିଙ୍ଗା ଘଟଣାରେ ଟ୍ରେନ ଦୁଇଟିର ଝରକା କାଚ ଭାଙ୍ଗିବା ସହ ଏସି କୋଚର କ୍ଷତି ଘଟିଥିଲା । ଯାହାକି ଯାତ୍ରୀମାନେ ବହୁ ଅସୁବଧାର ସମ୍ମୁଖୀନ ହୋଇଥିଲେ । ଏହି ଘଟଣାର ତଦନ୍ତ ଚାଲୁ ରହିଥିବା ବେଳେ ଆଜି କଟକ ଆରପିଏଫ ପକ୍ଷରୁ ଚଢଉ କରାଯାଇ ଉପରୋକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।
