ତିହିଡି ଭିଆରପି ସଂଘ ପକ୍ଷରୁ ଅଧ୍ୟକ୍ଷା ଓ ବିଡ଼ିଓଙ୍କୁ ଶୁଭେଚ୍ଛା
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭିଆରପି ସଂଘ ପକ୍ଷରୁ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ବିଡ଼ିଓ ଜ୍ୟୋତିର୍ମୟ କରଙ୍କୁ ନୂତନ ବର୍ଷ ଉପଲକ୍ଷେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।ଏଥିସହ ବ୍ଲକ ସୋସିଆଲ ଅଡିଟର ଇତିଶ୍ରୀ ବେହେରା ଓ ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି ।ଏହି ଅବସରରେ ବିଡ଼ିଓ ଶ୍ରୀ କର ଭିଆରପି ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସମସ୍ତ ଭିଆରପି ମାନଙ୍କର ଶୁଭକାମନା କରିଛନ୍ତି ।ଅଧ୍ଯକ୍ଷା ଶ୍ରୀମତୀ ଦାସ ମଧ୍ୟ ନୂତନବର୍ଷରେ ଭିଆରପି ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।ସଂଘର ଉପଦେଷ୍ଟା ବିଳାସିନୀ ନାୟକ,ସମ୍ପାଦିକା ଇତିଶ୍ରୀ ବେହେରା,କାର୍ଯ୍ୟକାରୀ ସଦସ୍ୟ ସବିତା ବାରିକ ଓ ରାଜଶ୍ରୀ ନାୟକ, ସଭ୍ୟ ପୁଷ୍ପ ଲତା ବରାଳ,ଅନିମା ମଞ୍ଜରୀ ନାୟକ,ସସ୍ମିତା ଜେନା,ସତ୍ୟଭାମା ମହାଳିକ,ନମିତା ମଲ୍ଲିକ,ରୁକ୍ମମଣି ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।
