ମୁଣ୍ଡଳିରେ ଓଡ୍ରାଫ୍ ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ମୃତ
କଟକ : ମୁଣ୍ଡଳୀ ବ୍ରିଜ୍ ନିକଟରେ ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ। ବୋଟ୍ ବୁଡିବା ପରଠୁ ଓଡ୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ମୃତ ଦେହ ମହାନଦୀରୁ ମିଳିଛି ।
ସୂଚନା ଯେ, ମୁଣ୍ଡଳୀ ବ୍ରିଜ୍ ନିକଟରେ ହାତୀ ଘଉଡ଼ାଉବା ବେଳେ ବୋଟ ବୁଡି ପରେ ଦଉଡି ସାହାଯ୍ୟରେ ଉପରକୁ ଆସୁଥିବା ବେଳେ ଖସି ପଡି ନିଖୋଜ ହୋଇଯାଇଥିଲେ ସୀତାରାମ । ଏବେ ତାଙ୍କ ମୃତଦେହ ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ବେଳେ ଗୁରୁତର ଥିବା ଅନ୍ୟ ୩ ଜଣଙ୍କୁ କଟକ ଏସସିବି ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯାଉଛି ।
