ଜଳଖିଆ ଦୋକାନୀର ବର୍ବର କାଣ୍ଡ : ୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା!
କଟକ : ଜଳଖିଆ ଦୋକାନୀର ବର୍ବର କାଣ୍ଡ । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା କଟକ ଜିଲା ଚୌଦ୍ୱାର ବ୍ଲକ୍ ଶଙ୍କରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । ଗ୍ରାମବାସୀ ଏ ନେଇ ଚୌଦ୍ଵାର ଥାନାରେ ଏକ ଅଭିଯୋଗ କରିଛନ୍ତି।
ସୂଚନ ଯେ, ଜଳଖିଆ ଦୋକାନୀ ଜଙ୍କ କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। ଗତ ୩ ଦିନ ଭିତରେ ଏହି ଅଞ୍ଚଳରେ ପ୍ରାୟ ୨୦ କୁକୁରଙ୍କର ମୃତ୍ୟୁ ହେଲାଣି। ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ଟି କୁକୁର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ପଛରେ ଜଣେ ଜଳଖିଆ ଦୋକାନୀର ହାତ ଥିବା ସନ୍ଦେହ କରାଯାଉଛି। କାରଣ ସେହି ବ୍ୟକ୍ତିର ଦୋକାନ ଆଗରେ କୁକୁରମାନେ ପ୍ରତିଦିନ ଉତ୍ପାତ କରୁଥିଲେ। ଆଉ ଦୋକାନୀ ଜଣକ ରାଗରେ ହୁଏତ ଏହି କୁକୁରଙ୍କୁ ମାରିଥିବା ନେଇ ଲୋକେ କହୁଛନ୍ତି ।
