ଓଡିଶା ସାହିତ୍ୟ ଏକାଡେମୀ ଲେଖିକା ସମ୍ମିଳନୀ ପ୍ରସ୍ତୁତି ବୈଠକ
ଭଦ୍ରକ : ତା 1.11.ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ ଭଦ୍ରକ ମହାବିଦ୍ୟାଳୟ ଠାରେ ନଭେମ୍ବର 6 ରବିବାର ଦିନ ଅନୁଷ୍ଠିତ ହେବ l ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅଧ୍ୟକ୍ଷl ସୁଚିତ୍ରା ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ମହାବିଦ୍ୟାଳୟ ପରିସରରେ ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରସ୍ତୁତି ବୈଠକରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ଣଚନ୍ଦ୍ର ବହଳି, ଧାମନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ସଦସ୍ୟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଡ. ଅଭୟ ଦାସ, ପ୍ରାଧ୍ୟାପିକା ସୁପ୍ରୀତି କର, ଅନିତା ଦଳାଇ, ଅଭାମୟୀ ମହାପାତ୍ର, ମନୋଜ ସାହୁ, ରୋ.ଅଭିଜିତ ନାୟକ ପ୍ରମୁଖ ଉପସ୍ଥିତି ଥିଲେ l ଏହି ସମ୍ମିଳନୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାହିତ୍ୟିକା, ଆଲୋଚିକା, କବୟିତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l ଭଦ୍ରକ ଠାରେ ପ୍ରଥମ କରି ଏଭଳି ଏକ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l
