ପଞ୍ଚୁପାଲି ଖେଳ ପଡ଼ିଆରେ ଓଡ଼ିଶା ପ୍ରାଇଡ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ
ବାଲିଆପାଳ : ଓଡ଼ିଶା ପ୍ରାଇଡ ର ସଭାପତି ମାନସ ଦାସଙ୍କ ନେତୃତ୍ୱରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ପଞ୍ଚାୟତର ପଞ୍ଚୁପାଲିରେ ଗୁରୁବାର ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ହାଜର ହଜାର ଯୁବକ ଖେଳ ପଡ଼ିଆରେ ଉପସ୍ଥିତ ହୋଇ ବିବେକାନନ୍ଦଙ୍କ ସ୍ମୃତିକୁ ଉଦଜିବିତ କରିବା ପାଇଁ ଖେଳ ପଡ଼ିଆଠାରୁ ସଚେତନ ପଦଯାତ୍ରା ବାହାରି ପଞ୍ଚୁପାଳି ଗ୍ରାମ ଆରୁଆଦାମ ସ୍କୁଲ ସହିତ ଗ୍ରାମର ବିଭିନ୍ନ ଛକ ପରିକ୍ରମା କରି ଖେଳ ପଡ଼ିଆରେ ପହଞ୍ଚି ଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରାଇଡର ସଭାପତି ଶ୍ରୀ ଦାସ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପରମପୂଜ୍ୟ ସଦଗୁରୁ ସ୍ବାମୀ ସମର୍ପଣାନନ୍ଦ ଗିରି, ହରିହରାନନ୍ଦ ଗୁରୁକୁଳମ୍ ପୁରୀ ସ୍ବାମୀ ବେଦବିଦ୍ୟାନନ୍ଦ ମହାରାଜ ଆଚାର୍ଯ୍ୟ ଶ୍ରୁତିପ୍ରିୟ ମହାରାଜ ଯୋଗ ଦେଇ ବିବେକାନନ୍ଦଙ୍କଙ୍କ ଜୀବନ ଦର୍ଶନ ଉପରେ ବିଶଦ ଆଶୀର୍ବଚନ ପ୍ରଦାନ କରିଥଲେ। ସମସ୍ତ କାର୍ଯ୍ୟ ପଞ୍ଚୁପାଳି ବାସୀଙ୍କ ସହଯୋଗର ସମାପନ ହୋଇଥିଲା।
