ଆଜି ଧାର୍ଯ୍ୟ ହେବ ନୂଆଖାଇ ଲଗ୍ନ
ସମ୍ବଲପୁର : ପଶ୍ଚିମ ଓଡିଶାର ଏକ ନିଆରା ଓ ଗଣପର୍ବ ପର୍ବ ନୂଆଁଖାଇ। ଏହା ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହୋଇଥାଏ। ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ କରାଯାଏ। ମନ୍ଦିର ଟ୍ରଷ୍ଟ ତରଫରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନମାନେ ଯୋଗ ଦେଇ ଲଗ୍ନ ନିର୍ଦ୍ଧାରଣ କରନ୍ତି। ଏହି କ୍ରମରେ ଚଳିତ ବର୍ଷ ନୂଆଁଖାଇ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା।
ପ୍ରଥମେ ମନ୍ଦିରରେ ଏକ ବୈଠକରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ, ବିଦ୍ବାନ ଓ ଜ୍ୟୋର୍ତିବିଦମାନେ ମା’ ସମଲେଶ୍ବରୀ ରାଶି ନକ୍ଷତ୍ର ଗଣନା କରି ଲଗ୍ନ ନିର୍ଦ୍ଧାରଣ କରିବେ । ବ୍ରହ୍ମ ପଣ୍ଡିତ ମହାସଭାରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହେବ । ରେ ସେହି ଲଗ୍ନପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିବେ। ସେହି ଲଗ୍ନ ଓ ସମୟରେ ନୂଆଁଖାଇ ଦିନ ମାଁଙ୍କ ଠାରେ ସର୍ବପ୍ରଥମେ ନବାନ୍ନ ଭୋଗ ଲାଗି ହେବ।
