ପୁଣି ଜଣେ ଶିଶୁକୁ କରୋନା
ସମ୍ବଲପୁର : ପୁଣି ଜଣେ ଶିଶୁକୁ କରୋନା । ଏକ ମାସର ଶିଶୁ କୋଭିଡ୍ ପଜିଟିଭ୍ ହେବ ପରେ ବୁର୍ଲାରେ ଚାଲିଛି ଚିକିତ୍ସା । ସୋମବାର ବୁର୍ଲା ଦ୍ୱିତୀୟ କୋଭିଡ୍ ହସ୍ପିଟାଲ୍ରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ଶିଶୁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
ଆକ୍ରାନ୍ତ ଶିଶୁ ଜଣକ ବୌଦ୍ଧ ଜିଲାର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଶିଶୁଟି କିଭଳି ସଂକ୍ରମିତ ହେଲେ ତାହା ଜଣାପଡ଼ିନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।
