ପଶ୍ଚିମବଙ୍ଗକୁ ଗୋଚାଲାଣ ବେଳେ କାବୁ କଲା ନୀଳଗିରି ପୋଲିସ ଜଣେ ଗିରଫ ସହ ୯ ଗୋରୁ ଓ ଗାଡ଼ି ଜବତ
ନୀଳଗିରି : ନୀଳଗିରି ଅଂଚଳରୁ ପଶ୍ଚିମବଙ୍ଗକୁ ଏକ ପିକଅବ ଗାଡ଼ିରେ ୧୦ଟି ଗୋରୁ ଚାଲାଣ କରାଯାଉଥିବାର ବିଶେଷ ସୂତ୍ରରୁ ନୀଳଗିରି ଥାନାର ଆଇ.ଆଇ.ସି. ଗୋପାଳଚନ୍ଦ୍ର କର୍ଣ୍ଣ ରାତ୍ରିୀ ପେଟ୍ରୋଲିଂ କରୁଥିବା ଥାନାର ସବ୍ଇନିସ୍ପେକ୍ଟର ଦିଲ୍ଲୀପ କୁମାର ସେନାପତିଙ୍କୁ ଖବର ଦେବା ପରେ ପୋଲିସ ସନ୍ତରାଗଡ଼ିଆ ଛକ ଠାରେ ଉକ୍ତ ଗୋରୁ ବୋଝେଇ ପିକ୍ ଅପ ଡବ୍ଲୁ.ବି. ୩୧ଏ-୫୬୯୩ କୁ ଭୋର ୪ଟା ସମୟରେ ଜବତ୍ କରି ନୀଳଗିରି ଥାନାକୁ ଆଣିଥିଲେ । ଉକ୍ତ ଟାଟା ପିକଅପ ଗାଡ଼ିରେ ୧୦ଟି ଗୋରୁଅମାନୁଷିକ ଭାବେ ଭର୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି । ଏପଟେ ଗାଡ଼ିର ଡ୍ରାଇଭର ପଶ୍ଚିମବଙ୍ଗ ର ପୂର୍ବମେଦିନିପୁର ଜିଲ୍ଲା ଆଗ୍ରା ଥାନା ଅଧିନସ୍ଥ ଆଟାବାଟି ଛୋଟ ନାଲଗେରିଆ ଗ୍ରାମର ସୌମରେନ୍ଦ୍ର ମହୁରିଆକୁ ଗିରଫ କରିଛି । ଉକ୍ତ ୯ଟି ଗୋରୁ ପୋଲିସ ପକ୍ଷଣୁ ପଶୁ ଡାକ୍ତର ଡକାଇ ଚିକିତ୍ସିତ କରିଥିବା ଜଣାପଡ଼ିଛି ।
