ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକା ପାଇଁ ଲମ୍ବାଧାଡ଼ି ଟୀକା ୪୨୦କୁ ଲୋକ ୪ ହଜାର, ପରିସ୍ଥିତି ଅସମ୍ଭାଳ।ନିରାଶ ହୋଇ ଫେରିଲେ ଜନତା।
ବାଲିଆପାଳ : ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକା ପାଇଁ ଲମ୍ବାଧାଡ଼ି।ଟୀକା ୪ଶହ ୨୦କୁ ଲୋକ ୪ ହଜାର, ପରିସ୍ଥିତି ଅସମ୍ଭାଳ।ଟୀକା ନ ପାଇ ନିରାଶ ହୋଇ ଫେରିଲେ ଜନତା।ସ୍ୱାସ୍ଥ୍ୟ ବିଭାଗ ହାତ ଟେକି ବସିଛନ୍ତି।ସରକାରଙ୍କ ସେପ୍ଟେମ୍ବର ପରେ ଆଉ ମାଗଣା ଟୀକା ମିଳିବ ନାହିଁ ବୋଲି ପୂର୍ବର ଘୋଷଣାପରେ ବ୍ୟତି ବ୍ୟସ୍ତ ସାଧାରଣ ଜନତା।ସେପ୍ଟେମ୍ବର ମାସର ଶେଷ ତାରିଖ ପରେ ଆଉ ମାଗଣା କରୋନା ଟୀକା ମାଗଣାରେ ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିଲେ।ଯେଉଁ ମାନେ ସେପ୍ଟେମ୍ବର ମଧ୍ୟରେ ଟୀକା ନ ନେବେ ପରେ ଟୀକା ନେଲେ ମୁଲ୍ୟ ଦେବାକୁ ପଡିବ ବୋଲି ଘୋଷଣା କରିଥିଲେ।ତଦନୁ ଯାଇ ଆଜି ସେପ୍ଟେମ୍ବର ମାସର ଶେଷ ଦିନ ରେ ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ବଡିଭୋରରୁ ଲମ୍ବା ଧାଡି ଲାଗିଯାଇଥିଲେ।ଆଜି ବାଲିଆପାଳ ବ୍ଳକର ବିଭିନ୍ନ ସ୍ଥାନରେ ଟୀକା ଦିଆଯିବା ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୪୨୦,ପ୍ରତାପପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୩୦୦,ଜାମକୁଣ୍ଡା ପିଏଇଚସି ପାଇଁ ୩୩୦,ଲଂଗଲେଶ୍ୱର ପିଏଇଚସି ପାଇଁ ୩୦୦,ଘଣ୍ଟୁଆ ପିଏଇଚସି ପାଇଁ୧୫୦,ବୋଳଙ୍ଗ ପିଏଇଚସି ପାଇଁ୩୫୦,ଶ୍ରୀରାମପୁ ପିଏଇଚସି ପାଇଁ୧୫୦ ମୋଟ ବ୍ଲକ ପାଇଁ ୨ ହଜାର ଟୀକା ଦିଆ ଯିବା ପାଇଁ ସ୍ଲଟ ବାହାରିବା ପରେ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥା ଥିଲା।ହେଲେ ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ସବୁଠି ଭିଡ଼ ଦେଖିବାକୁ ମିଳିଥିଲା।ପୂର୍ବରୁ ଲୋକ ମାନେ କରୋନା ପ୍ରତିଷେଧକ ଟୀକା ନେବାକୁ ଟୀକା ପ୍ରଦାନ କେନ୍ଦ୍ରକୁ ଆସୁ ନ ଥିଲେ ।ମାତ୍ର ଯେତେବେଳେ ଲୋକ ମାନେ ସଚେତନ ହୋଇ ଟୀକା ନେବାକୁ ଆଗ୍ରହ ପ୍ରକାଶ କଲେ ସେତେବେଳେକୁ ଟୀକା ନାହିଁ।ସରକାର ପୁଣି ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବାର ବ୍ୟବସ୍ଥା କରିବା ପାଇଁ ଜନସାଧାରଣ ନିବେଦନ କରିଛନ୍ତି।
