ମାଟିଆଳି ଚୋରା ବାଲିଖାଦାନାରେ ଚଢ଼ାଉ, ୩ଟ୍ରାକ୍ଟର, ୧ଡମ୍ବର, ୧ଲୋଡର ଜବତ
ନୀଳଗିରି : ନୀଳଗିରି ତହସିଲ ଅଧିନସ୍ଥ ମାଟିଆଳି ବାଲିଖାଦାନରେ କିଛି ମାସ ଧରି ଚୋରା ବାଲି ମାଫିଆମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଚୋରା ବାଲି ବିକ୍ରି କରୁଥିବା ବେଳେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଚୋରା ବାଲି ଖାଦାନ ଉପରେ ଲଗାମ ଲଗାଇଥିବା ସହ ଅଚାନକ ଉକ୍ତ ଚୋରା ବାଲି ଖାଦାନ ମାଟିଆଳି ଠାରେ କର୍ମଚାରୀଙ୍କୁ ଧରି ଚଢ଼ାଉ କରିଥିଲେ । ମାଫିଆମାନେ ତହସିଲଦାରଙ୍କ ଅଚାନକ ଚଢ଼ାଉକୁ ଜାଣି ନ ପାରିବାରୁ ଶେଷରେ ତହସିଲଦାର ଅଶେଷ କୁମାର ନାୟକ ଚୋରା ବାଲିଖାଦାନରୁ ୩ଟି ଟ୍ରାକ୍ଟର , ୧ଟି ଡମ୍ଫର ଓ ୧ଟି ଲୋଡର ଜବତ୍ କରି ବରହମପୁର ଥାନାରେ ରଖିଛନ୍ତି । ନୀଳଗିରି ତହସିଲଦାରଙ୍କ ଅଚାନକ ଚଢ଼ାଉକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ଚୋରା ବାଲି ମାଫିଆମାନେ ଛାନିଆ ହୋଇପଡ଼ିଛନ୍ତି ।
