ନିଟ୍ ପରୀକ୍ଷାରେ ସଫଳତା ପାଇଥିବାରୁ ବିଶ୍ୱଜିତଙ୍କୁ ସମ୍ବର୍ଦ୍ଧିତ କଲେ ନୀଳଗିରି ବିଧାୟକ
ବାହାନଗା :ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର ନିରଞ୍ଜନ ରାଉତ ଓ ସୁଜାତା ରାଉତଙ୍କ ପୁଅ ବିଶ୍ୱଜିତ ରାଉତ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ୬୩୫ ନମ୍ବର ରଖି ସର୍ବଭାରତୀୟ ସ୍ଥରରେ ୭୭୭୦ ରେଙ୍କ ହାସଲ କରିଥିଲେ । ଗତ ମଙ୍ଗଳବାର ଦିନ ନୀଳଗିରି ବଧାୟକ ଇଂ ସୁକାନ୍ତ ନାୟକ ବିଶ୍ୱଜିତଙ୍କ ବାସଗୃହ ଶିବପୁରା ଆସି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ମଙ୍ଗଳ କାମନା କରିଥିଲେ ।ଏହି ସମୟରେ ତାଙ୍କ ସହିତ ବିଜେପିର ଯୁବନେତା ରଂଜନ କୁମାର ରାଉତ, ଶ୍ରୀଧର ମହାନ୍ତି, ରଶ୍ମିରେଖା ରାଉତ, ସୁମନ୍ତ ମହାନ୍ତି, ବିନୋଦ କୁମାର ରାଉତ, ନିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
