ଶ୍ରୀରାମନବମୀ ରେ ଗାଁ ରୁ ସହର ଉତ୍ସବ ମୁଖର କେନ୍ଦୁଝର
କେନ୍ଦୁଝର : ଗାଁରୁ ସହର ସବୁଠି ଭକ୍ତ ଆଉ ଭଗବାନଙ୍କ ଅପୁର୍ବ ମିଳନ । ବିଭିନ୍ନ ମଠ ମନ୍ଦିରରେ ଖୁବ ଧୁମଧାମରେ ଚାଲିଛି ରାମନବମୀ ଉତ୍ସବ । ସେପଟେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ ବାସନ୍ତୀ ଦୁର୍ଗା , ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ସଖାଳୁ ସଖାଳୁ ଭକ୍ତ ଆସି ପହଂଚିବା ଆରମ୍ଭ କରିଥିଲେ ମାଇନିଂ ସ୍ଥିତ ରଘୁନାଥଜୀଉ ମନ୍ଦିର, କଲେଜ ରୋଡ଼ ର ରାମେଶ୍ୱର ମନ୍ଦିର, ପାର୍କଲାଇନ୍ ସ୍ଥିତ ବାଲ ହନୁମାନ୍ ମନ୍ଦିରରେ, ପାୱାର ହାଉସ ପୋଖରୀ ନିକଟ ହନୁମାନ ମନ୍ଦିର ପରି ବିଭିନ୍ନ ମନ୍ଦିର ଓ ମଣ୍ଡପରେ । ଉତ୍କଳ ରକ୍ଷକ ଫାଉଣ୍ଡେସନର ସଦଶ୍ୟ ମାନେ ଏହି ପବିତ୍ର ଦିନରେ ଗାଈ ଗରୁ, ମାଙ୍କଡ ତଥା ବିଭିନ୍ନ ପଶୁ ମାନଙ୍କୁ ଫଳାହାର କରାଇ ମାନବିକତା ର ପରିଚୟ ସୃଷ୍ଟି କରିଥିଲେ । ପବିତ୍ର ଶ୍ରୀ ରାମ ନବମୀ ରେ ସତେ ଯେମିତି ଆଜି ସାରା ସଂସାର ରାମମୟ ହୋଇ ଉଠିଛି । ଏହି ପରିପେକ୍ଷୀ ରେ କେନ୍ଦୁଝର ସହର ଠାରୁ ୭ କିଲୋମିଟର ଦୂରରେ ମୁକୁନା ଗାଁରେ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିରରେ ସହର ତଥା ଜିଲା ବାହାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବା ପାଇଁ ମିଳିଥିଲା । ଶାନ୍ତି ଶୃଙ୍ଖଳାକୁ ନଜର ରେ ରଖି ମନ୍ଦିର କମିଟି ତରଫରୁ ଧାଡିଦର୍ଶନ ର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପରେ କମିଟି ତରଫରୁ ପ୍ରଶାଦ ସେବନ ର ବନ୍ଦୋବସ୍ତ କରାଯାଇଛି । ଏଠାରେ ମେଳା ପଡିଥିବା ରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସହ ଘରକରଣା ଜିନିଷ ଏବଂ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳନା ମିଳୁଥିବାରୁ ମେଳାରେ ଗୃହିଣୀ ଓ ଛୋଟ ପିଲାଙ୍କ ଭିଡ ଦେଖିବା ପାଇଁ ମିଳିଛି । ଏଠାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍ ପ୍ରଶାଶନ ଦ୍ୱାରା ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ଡ୍ରାଇଭର ମହାସଂଘ ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ପଣା ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ ସଂଖ୍ୟକ ରାମ ଭକ୍ତ ଧ୍ୱଜ ଏବଂ ବାଜା ନେଇ ସହର ପରିକ୍ରମା କରିଥିଲେ ।
