ଏଫଏମୟୁରେ ‘ଜାତୀୟ ଶିକ୍ଷାନୀତି ୨୦୨୦ ଓ ଏହାର ପ୍ରୟୋଗାତ୍ମକ ଆହ୍ୱାନ’ ଜାତୀୟ ସମ୍ମିଳନୀ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ)ର ରେମୁଣା ଗୋଲେଇ ସ୍ଥିତ ପୁରୁଣା କ୍ୟାମ୍ପସ୍ ପରିସରରେ ଥିବା ହରେକୃଷ୍ଣ ମହତାବ ସମ୍ମିଳନୀ କକ୍ଷରେ ‘ଜାତୀୟ ଶିକ୍ଷାନୀତି :୨୦୨୦ ଓ ଏହାର ପ୍ରୟୋଗାତ୍ମକ ଆହ୍ୱାନ’କୁ ନେଇ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦ୍ଯାପିତ ହୋଇଛି ।
ଉଦ୍ଯାପନୀ ଉତ୍ସବରେ ବାଲେଶ୍ୱର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ. ମନୋଜ କୁମାର ପ୍ରଧାନ, ପଶ୍ଚିମବଙ୍ଗ ଶିକ୍ଷକ ଶିକ୍ଷଣ ବିଶ୍ୱବିଦ୍ୟାଳୟର ଡ. ମିର୍ନାଲ ମୁଖାର୍ଜୀ ଏବଂ କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଦେଶ୍ନା ଲାହିରୀ ପ୍ରମୁଖ ଯୋଗଦେଇ ‘ଜାତୀୟ ଶିକ୍ଷାନୀତି : ୨୦୨୦’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଦୁଇଦିନିଆ ସମ୍ମିଳନୀରେ ସର୍ବମୋଟ୍ ୫ଟି ଟେକ୍ନିକାଲ ସେସନ୍ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଗବେଷଣାରତ ପ୍ରତିଭାଗୀଙ୍କ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରୀଛାତ୍ରମାନେ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ପ୍ରଫେସର ଡ. ଗୌରାଙ୍ଗ ଚରଣ ନନ୍ଦ ଏହାକୁ ପରିଚାଳନା କରିଥିଲେ । ଶେଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଜାତୀୟ ଶିକ୍ଷାନୀତି ୨୦୨୦ର ଗୁଣବତ୍ତା ଏବଂ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ଆଲୋଚନା କରି ପ୍ରତିଭାଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ମୁଖ୍ୟ ଡ. ଜ୍ୟୋତିଶଙ୍କର ପ୍ରଧାନ, ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ, ଡ. ରଞ୍ଜନ କୁମାର ରାଉତ, ଡ. ପ୍ରତିମା ପ୍ରଧାନ, ଚିନ୍ତାମଣୀ ମାଝୀ, ସତଦଳ ଗିରି, ସୁଭାଶିଷ ଲେଙ୍କା, ଭୁପାଲ ଭଣ୍ଡାରୀ ଓ ସୁଶ୍ରୀ ପ୍ରଗତିକା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
