ନାରାୟଣ ସାହୁ ଏବିଏଚଏମ କଟକ ସିଟିର ସଭାପତି ମନୋନୀତ
କଟକ : ଅଖିଳ ଭାରତ ହିନ୍ଦୁ ମହାସଭାର(ଏବିଏଚଏମ) କଟକ ସିଟି ସଭାପତି ରୂପେ ନାରାୟଣ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସାଂଗଠନିକ ଦକ୍ଷତା ତଥା ହିନ୍ଦୁ ଧର୍ମର ସୁରକ୍ଷା, ସମାଜ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ କମିଟି ତଥା ରାଜ୍ୟ ଅଧ୍ୟକ୍ଷା ଗୀତା ଚୟନୀ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ସାହୁ ଲୋକମାନଙ୍କ ସେବା ଏବଂ ଓଡିଶାର ଉନ୍ନତି ବିକାଶ ସହ ମୈାଳିକ ଅଧିକାର ତଥା ଜନସାଧାରଣଙ୍କ ହକ୍ ପାଇଁ ଲଢେଇ କରିବା ମୋର ମୂଳ ଲକ୍ଷ୍ୟ ବୋଲି କହିବା ସହ ତାଙ୍କୁ ଏହି ସଭାପତି ଦାୟିତ୍ୱ ଦେଇଥିବାରୁ ସେ ଶ୍ରୀମତୀ ଚୟନୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଦାୟିତ୍ୱ ପ୍ରଦାନ ଉତ୍ସବରେ ଆଇନଜୀବୀ ଦେବବ୍ରତ ମହାନ୍ତି, ଭୋଳାନାଥ ସାହୁ, ମୋହନ ରଂଜନ ରାୟ, ତନୁଜା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
