ଜଗତପୁରରେ ହାତୀପଲଙ୍କ ଉପଦ୍ରବ, ଆକ୍ରମଣରେ ବୃଦ୍ଧା ଓ ବୃଦ୍ଧ ମୃତ
କଟକ : କଟକ ଜଗତପୁର ଅଞ୍ଚଳରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ବୁଧବାର ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାପଡ଼ିଛି।
ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତ ରାତିରୁ ଜଗତପୁରରେ ଉପଦ୍ରବ ଜାରି ରଖିଛନ୍ତି। ଆଜି ଭୋରରୁ ହାତୀପଲ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳି ଦେଇଛନ୍ତି । ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଯାଇଛି । ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
