ସାମାନ୍ୟ ବର୍ଷାରେ ମ୍ୟୁନିସିପାଲଟି ରାସ୍ତା ବେହାଲ : ଅଂଚଳବାସୀ ହନ୍ତସନ୍ତ
ଜଳେଶ୍ୱର : ଜଳେଶ୍ୱର ପୌରଞ୍ଚଳରେ ୧୦ନଂ ୱାର୍ଡ ଶାନ୍ତିଆ ଏକ ପ୍ରମୁଖ ଅଂଚଳ । ଏଠାରେ ବହୁ ସରକାରୀ କାର୍ଯ୍ୟାଳୟ ରହିଛି । ଏସ୍ଡିପିଓ, କୃଷି, ଅଗ୍ନିସମ, ବନ, ଉଦ୍ୟାନ, ବିଶୁଦ୍ଧ ପାନୀୟଜଳ, ଷ୍ଟାଡିୟମ, ୨ଟି ବିଦ୍ୟାଳୟ, ମଳଉପଚାର କେନ୍ଦ୍ର ଇତ୍ୟାଦିର କାର୍ଯ୍ୟାଳୟ ରହିଥିବାରୁ ରାସ୍ତାଟି ସବୁବେଳେ ଜନଗହଳି ଲାଗିଥାଏ । ଶାନ୍ତିଆ ଗାଁ ଦେଇ ଯାଇଥିବା ରାସ୍ତାର ପରିଡା ସାହିଠାରୁ ନନା ଛକ ପର୍ଯ୍ୟନ୍ତ ପ୍ରରୟ ୩ଶହ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ଏ ସଂପର୍କରେ ନିର୍ବାଚୀତ କାଉନସିଲରଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ସଂପର୍କରେ ଆଜି ପୌର ଅଧ୍ୟକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସପ୍ତାହକମଧ୍ୟରେ ସମାଧାନ କରଯିବ ବୋଲି କହିଛନ୍ତି ।
