ମା ତାରିଣୀ ଜୁୟେଲାର୍ସରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ
ଜଳେଶ୍ୱର : ଜଳେଶ୍ୱର ନୂଆବଜାର ଛକସ୍ଥିତ ମା ତାରିଣୀ ଜୁୟେଲାର୍ସରୁ ଗତ ବିଳମ୍ବିତ ରାତିରେ ଗ୍ରୀଲ ଓ ସଟର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରୀ ହୋଇ ଯାଇଛି । ଆଜି ଭୋର ଘରମାଲିକ ଲକ୍ଷ୍ମୀଧର ଜେନା ଗହଣ ଦୋନାକର ୪ଟି ତାଲା ଭଂଗାଯାଇଥିବା ଦେଖି ଦୋକାନ ମାଲିକକୁ ଖବର ଦେଇଥିଲେ । ଚୋରୀ ହୋଇଥିବା ଅଳଙ୍କାରର ମୂଲ୍ୟ ୭/୮ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ ଅଜୟ କାମିଳା କହିଛନ୍ତି । ଘଟଣାସ୍ଥଳରେ ଏସ୍ଡିପିଓ ଦିଲ୍ଲିପ ସାହୁଙ୍କ ନେତୃତ୍ୱରେ ଏସ୍ଆଇ ସନାତନ ବିଶ୍ୱାଳ, ଚିରଞ୍ଜିବି ରାଉତ, ଭୂବନ ମୋହନ ସେଠୀ, ନିଗମାନନ୍ଦ ମହାଳିକ, ପଂକଜ ପ୍ରଧାନ, ପଂକଜ ପାଢୀ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପରେ ସନ୍ଧାନୀ କୁକୁର ଦ୍ୱାରା ପୁଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ କରୁଥିବା କଣାଯାିଛି । ପ୍ରକାଶଯୋଗ୍ୟ ଅତୀତରେ ୟାମା ସୋରୁମ୍, ଆମ୍ବଳିଅଠା ଛକ, ସ୍ଥାନୀୟ ବ୍ୟାଙ୍କ ଇତ୍ୟାଦିରୁ ଲୁଟ ଡକାୟତି ହୋଇଥିବା ବେଳେ ଅଦ୍ୟାବଧି ପୁଲିସ୍ ତାର ସୁରାକ ପାଇନାହିଁ ।
