ବିଜେଡ଼ିରେ ଯୋଗଦେଲେ ୫୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ
ଯାଜପୁର : ଯାଜପୁର ବିଧାୟକ ତଥା ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ବାହାବଳପୁର ସ୍ଥିତ ବାସଭବରେ ଦଶରଥପୁର ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆଦିକନ୍ଦ ସନ୍ଧିବିଗ୍ରହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଦଶରଥପୁର ବ୍ଳକ ଖଣ୍ଡରା ପଞ୍ଚାୟତର ଛାମୁଆଁ ବିଜେପି କର୍ମୀ ସଂଜୟ ସ୍ୱାଇଁ, ବାବାଜି ଜେନା, ମନୋଜ ସେନାପତିଙ୍କ ନେତୃତ୍ୱରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ସମେତ ବିଧାୟକ ଶ୍ରୀ ଦାସଙ୍କ ସାଂଗଠନିକ ଦକ୍ଷତା, ଦୃଢ଼ ନେତୃତ୍ୱ ଓ ଉନ୍ନୟନମୂଳକ କାର୍ଯ୍ୟ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଦାସଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟକେଶରୀ ଦାସ ସମସ୍ତଙ୍କୁ । ପୁଷ୍ପଗୁଚ୍ଛ ଓ ଦଳୀୟ ସବୁଜ ଗାମୁଛା ପ୍ରଦାନ କରି ଦଳକୁ ସ୍ୱାଗତ କରିବା ସହିତ ଏହି ମିଶ୍ରଣ ଯୋଗୁ ପଞ୍ଚାୟତରେ ଦଳ ଅଧିକ ସୁଦୃଢ଼ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଖଣ୍ଡରା ସରପଞ୍ଚ କୁଞ୍ଜବିହାରୀ ଦାସ, ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ମହଲ, ନୀଳମଣି ପାଣିଗ୍ରାହୀ, ଅଜୟ କୁମାର ଦାସ, ରମାକାନ୍ତ ସେଠୀ, ସୁଶାନ୍ତ ରାଉଳ, ଅମିନ ପଣ୍ଡା, ସୁବଳ ବିହାରାଙ୍କ ସମେତ ବହୁ ଛାମୁଆ କାର୍ଯ୍ୟକମର୍ତ୍ତା ଯୋଗଦେଇଥିଲେ ।
