ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଯାଜପୁର : ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡାଙ୍କ ଆଜି ବିଦ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ପରିବେଶରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗତ ସେପ୍ଟମ୍ବର ୩୦ରେ ପାରମ୍ପରିକ ଭାବେ ସେ ବିଦାୟୀ ନେଇଥିବା ବେଳେ ଆଜି ବିଦ୍ୟାଳୟ, ଏହାର ପରିଚାଳନା ସମିତି, ମୋ ସ୍କୁଲ ଅଭିଯାନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କ୍ରମେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କ୍ରାନ୍ତିକୁମାରୀ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥିରୂପେ କଣ୍ଟାବଣିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳ୍ପତରୁ ସାମଲ ଓ ସମ୍ମାନିତ ଅତିଥିରୂପେ ଦଶରଥପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ମିଶ୍ର ପ୍ରଦୀପ ପ୍ରଜ୍ୱଳ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଛାତ୍ରୀମାନେ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସଂଗୀତଗାନ କରିଥିଲେ । ଶ୍ରୀ ସାମଲ ଡକ୍ଟର ପଣ୍ଡା ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନ ପ୍ରତି କରିଥିବା ନିରନ୍ତର ଅବଦାନ ଓ ଜ୍ଞାନ ଅର୍ଜନ କରିବାର ପ୍ରଗାଢ଼ ମନୋବଳକୁ ପ୍ରଶଂସା କରିଥିଲେ । ଶ୍ରୀ ମିଶ୍ର ଡକ୍ଟର ପଣ୍ଡାଙ୍କୁ ଜଣେ ଆଦର୍ଶ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ରୂପେ ବର୍ଣ୍ଣନା କରିଥବଲେ । ମୁଖ୍ୟବକ୍ତାରୂପେ ଦଶରଥପୁରର ଏବିଓ ଅନ୍ନଦାପ୍ରସାଦ ରଣା ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିଭିନ୍ନ ଅନନ୍ୟ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥିରୂପେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ଦାଶ, ସମ୍ମାନିତ ବକ୍ତାରୂପେ ସିଆର୍ ସିସି କବିତାରାଣୀ ପଣ୍ଡା, ସକ୍ରିୟ ସଭ୍ୟ ଶତୃଘ୍ନ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ମହେଶ୍ୱର ସାହୁ ଓ ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ଚରଣ ବେହେରା ଯୋଗଦେଇ ଡକ୍ଟର ପଣ୍ଡାଙ୍କ ବିଦ୍ୟାଳୟ ପ୍ରତି ରହିଥିବା ଅବଦାନ ଓ ନିଷ୍ଠାପରତାର ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଯତୀନ୍ଦ୍ରନାଥ କର, କୌଶିକ କୁମାର ଦାସ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟା ଶ୍ରୀମତୀ ଦାସ, ଗୀତାଞ୍ଜଳି ବେହେରା, ପାର୍ବତୀ ଜେନା, ବସୁମତି ବେହେରା, ବିଦ୍ୟାଳୟର ଶିକ୍ଷୟିତ୍ରୀ ଗାୟିତ୍ରୀ ପ୍ରିଦର୍ଶନୀ ଦେବତା, ଲକ୍ଷ୍ମୀପ୍ରିୟା ସାହୁ, ପିଆର୍ ପ୍ରୟାସି, ବିଦ୍ୟାଳୟର ଛାତ୍ରଛାତ୍ରୀ ଇତ୍ୟାଦି ବିଦାୟୀ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟ ଶୈଳୀର ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧନର ଉତ୍ତରରେ ଡକ୍ଟର ପଣ୍ଡା ବିଦ୍ୟାଳୟ ଓ ଏହାର ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ତାଙ୍କର ରହିଥିବା ପ୍ରତିଜ୍ଞାବଦ୍ଧତା ଓ ଶ୍ରଦ୍ଧା ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମାବାସୀଙ୍କ ତରଫରୁ ସ୍ୱତନ୍ତ୍ରଭାବେ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁବ୍ରତ କୁମାର ସାହୁ, ସତ୍ୟବ୍ରଦ ପାଣି, ହରିହର ଜେନା, ହରିହର ନାୟକ, ନୀଳମଣି ସାମନ୍ତ, ଅମରେନ୍ଦ୍ର ବେହେରା, ଅର୍ଚ୍ଚନା ଦେବୋଇ, ମଧୁମିତା ନାୟକ, ସଂଯୁକ୍ତା ବେହୁରିଆ, ଲିପ୍ସା ସ୍ୱାଇଁ, ଲିପିକା ଦାସ, ସାଗରିକା ତ୍ରିପାଠୀ, ସତ୍ୟଜିତ ସାହୁ, ଶିକ୍ଷାକର୍ମୀ ଗିରିଧାରୀ ପୁହାଣ, ତପନ କୁମାର ସାହୁ, ପଞ୍ଚାନନ ଜେନା, ସ୍ୱେଚ୍ଛାସେବୀ ମନ୍ମଥ ଜେନା ପ୍ରମୁଖ କାର୍ଯ୍ୟପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଅନିଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
