ଜମି ବିବାଦ ନେଇ ୪୦ରୁ ଊର୍ଦ୍ଧ୍ୱ ବୋମାମାଡ଼, ଜଳିଗଲା ୩୦ ଘର
ବ୍ରହ୍ମଗିରି: ପୁରୀ ଜିଲ୍ଲା ସାତପଡ଼ାର ନାଥପୁରରେ ଘଟିଛି ବୋମାମାଡ଼ । ନିର୍ଦ୍ଦିଷ୍ଟ ଗୋଷ୍ଠି ଦ୍ୱାରା ୨୦ ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଜମି ଜବରଦଖଲକୁ ନେଇ ଉତେଜନାରୁ ଏହି ବୋମାମାଡ଼ ହୋଇଥିବା ଜଣାପଡିଛି । ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠି ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ୩୫ ମୌଜାର ଲୋକେ ଏନେଇ ଆଜି ବୈଠକ ଡାକିଥିଲେ । ତେବେ ନିର୍ଦ୍ଦିଷ୍ଟ ଗୋଷ୍ଠିର ଲୋକଙ୍କୁ ବୈଠକକୁ ଡକାଯିବାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ପରେ ସେଠାରେ ବୋମାମାଡ଼ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସପି, ଏସଡ଼ିପିଓ ଏବଂ ବ୍ରହ୍ମଗିରି ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି ।
ସାତପଡ଼ା ଅଂଚଳର ନାଥପୁରରେ ବୋମାମାଡ଼ । ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଜମି ଦବରଦଖଲକୁ ନେଇ ଉତେଜନାରୁ ବୋମାମାଡ଼ କରାଯାଇଛି । ୩୫ ମୌଜାର ଜମିକୁ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ୩୫ ମୌଜାର ଲୋକେ ଏ ନେଇ ବୈଠକ ଡାକିଥିଲେ । ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକଙ୍କୁ ବୈଠକକୁ ଡକାଯିବାରୁ ଉତେଜନା ପ୍ରକାଶ ପାଇଛି । ପୁରୀ ଅତିରିକ୍ତ ଏସପି, ଏସଡିପିଓ ଏବଂ ବ୍ରହ୍ମଗିରି ଆଇଆଇସି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବହୁଦିନର ବ୍ୟବଧାନରେ ବ୍ରହ୍ମଗିରି ଅଂଚଳରେ ବୋମା ମାଡ଼ ହୋଇଛି । ନାଥପୁରର ଦଳିତ ବସ୍ତିର ଲୋକେ ବୋମା ମାଡ଼ କରିଥିବା ସୂଚନା ମିଳିଛି । ଲୋକେ ୩୫ ମୌଜାର ଜମିକୁ ଜବରଦଖଲ କରିଛନ୍ତି । ୩୫ ମୌଜାର ଲୋକେ ଦଳିତ ଲୋକଙ୍କୁ ବୈଠକକୁ ଡ଼ାକିବାରୁ ଉତେଜନା ପ୍ରକାଶ ପାଇଥିଲା । ୩୫ ମୌଜା ବୈଠକକୁ ଦଳିତ ବସ୍ତିର ଲୋକ ଆସିବାରୁ ବିବାଦର ସୁତ୍ରପାତ ଆରମ୍ଭ ହୋଇଥିଲା । କାହିଁକି ଦଳିତ ଲୋକ ବୈଠକରେ ଉପସ୍ଥିତ ରହିଲେ ସେନେଇ କିଛି ଲୋକ ପ୍ରଶ୍ନ ଉଠାଇଥିଲେ । ସାଧାରଣ ବିବାଦରୁ ତୁମୁଳକାଣ୍ଡ ହୋଇଥିଲା । ସେପଟେ ଭଉୟ ଗୋଷ୍ଠୀ ପାଖରେ ବୋମା, ବନ୍ଧୁକ ମହଜୁଦ ରଖିଥିଲେ । ଘଟମାସ୍ଥଳରେ ପରିସ୍ଥିତି ଉଦବେଗ ଜନକ ହୋଇଥିଲା । ଏହାର ସୁଯୋଗ ନେଇ କିଛି ଲୋକ ସିରିଜ ବୋମା ମାଡ଼ କରିଥିବା ଜଣାପଡ଼ିଛି । ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିପାରିନାହିଁ । ଅନ୍ୟପଟେ ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ୧୦୦ ରୁ ଉର୍ଦ୍ଧ ପୋଲିସ ମୁତୟନ ହୋଇଥିବା ବେଳେ ପୁରୀ ଅତିରିକ୍ତ ଏସପି, ଏସଡିପିଓ ଓ ବ୍ରହ୍ମଗିରି ଆଇଆଇସି ଉପସ୍ଥିତ ଅଛନ୍ତି ।
