ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର, ପୂର୍ବ ଶତ୍ରୁତାକୁ ହତ୍ୟା ନେଇ ଅଭିଯୋଗ!
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ବୋରାପଦା ଖମାର ଗାଁର ଯୁବକଙ୍କୁ ହତ୍ୟା ଅଭିଯୋଗ । ଗତ ୩ ତାରିଖରେ ନିଖୋଜ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଘରଠାରୁ ୪ କିଲୋମିଟର ଦୂରରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦିଆ ଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାମ ପୀତବାସ ଦାସ ବୋଲି ଜଣାଯାଇଛି। ସଦର ଥାନା ବୋରାପଦା ଗ୍ରାମ ନିକଟସ୍ଥ କୂଅରେ ଏହି ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ହେଲେ ବୋରାପଦାର ପୀତବାସ ଦାସ । ଗତ ୩ ତାରିଖରେ ପୀତବାସଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏହାପରେ ତାଙ୍କ ମୃତଦେହକୁ ଦୁର୍ବୃତ୍ତମାନେ କୂଅରେ ଫିଙ୍ଗି ଦେଇଥିବା ଜଣାପଡିଛି । ପୋଲିସ ୩ ଦିନ ଧରି ଖୋଜିବା ପରେ ରବିବାର ମୃତଦେହ ଠାବ କରିଛି ।
