ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପୋଲିସ କନଷ୍ଟେବଳ ମୃତ
ଶ୍ରୀନଗର : ଜମ୍ମୁ- କଶ୍ମୀରର ଶ୍ରୀନଗରରେ ଅଘଟଣ । ରବିବାର ସନ୍ଧ୍ୟାରେ ଶ୍ରୀନଗରରେ ଜଣେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିରେ ଜଣେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ।
ରବିବାର ଦିନ ଶ୍ରୀନଗରର ବାଟମାଲୁରେ ପୋଲିସ କନଷ୍ଟେବଳଙ୍କ ଉପରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ। ଟୁସେଫ ଅହମ୍ମଦ ନାମକ ଏହି ୨୯ ବର୍ଷୀୟ ପୋଲିସ କର୍ମଚାରୀ ବାଟମାଲୁ ଅଞ୍ଚଳର ଏସଡି କଲୋନୀ ଦେଇ ଯାଉଥିବା ବେଳେ ଅତି ନିକଟରୁ ଅଜ୍ଞାତ ବନ୍ଧୁକଧାରୀମାନେ ପିସ୍ତଲରୁ ତାଙ୍କ ଗୁଳି ଚଳାଇଥିଲେ। ପୋଲିସ କଣ୍ଟ୍ରୋଲ ରୁମ ପୋଲିସ କର୍ମଚାରୀଙ୍କ ଉପରେ ହୋଇଥିବାର ଗୁଳି ମାଡ଼ ଘଟଣା ସଂପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ଏସଏମଏଚଏସ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
