ସାର୍ଥା ସେବା ସମବାୟ ସମିତି ଲିଃର ଧାନମଣ୍ଡି ଉଦ୍ଘାଟନ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ପଞ୍ଚାୟତରେ ଥିବା ସେବା ସମବାୟ ସମିତିର ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କଲେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇଥିଲେ । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର, ସଦର ବିଡିଓ ନଗେନ୍ଦ୍ର ନାଥ ଖମାରୀ, ସାର୍ଥା ସେବା ସମବାୟ ସମିତିର ସଭାପତି ସଂଗ୍ରାମ କେଶରୀ ମଲ୍ଲିକ, ବ୍ରାଞ୍ଚ ମ୍ୟାନେଜର ପ୍ଲାବନ କୁମାର କରଣ, ସାର୍ଥା ସରପଞ୍ଚ ଧନଞ୍ଜୟ ପାତ୍ର, ସମିତି ସଭ୍ୟ ମନୋରଞ୍ଜନ ଦଳାଇଙ୍କ ସମେତ ସମବାୟର ସମସ୍ତ ଡାଇରେକ୍ଟର ଉପସ୍ଥିତ ରହି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ସମବାୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ୨୫୦ ଚାଷୀ ଉପସ୍ଥିତ ରହି ବିଧାୟକ ଏବଂ ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଉଭୟ ବିଧାୟକ ଓ ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ।
