ବାଲେଶ୍ୱର ଏମ୍ପିଙ୍କୁ ସାକ୍ଷାତ କଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି
ବାଲେଶ୍ୱର : ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ନୀଳଗିରି ସ୍ଥିତ ବାସଭବନରେ ସାକ୍ଷାତ କଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧିଗଣ । ବିଭିନ୍ନ ସମସ୍ୟାରେ କାର୍ଯ୍ୟ କରିଆସୁଥିବା ସମ୍ପର୍କରେ ଆଲୋଚନା କରିବା ସହ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଥିଲେ ।
ପୂର୍ବରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାକୁ ନେଇ ଏମ୍ପି ଶ୍ରୀ ଷଡ଼ଙ୍ଗୀଙ୍କୁ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସଂସଦରେ ଗତ ୧୪ ତାରିଖରେ ଏମ୍ପି ଏ ବାବଦରେ ଅର୍ଥମନ୍ତ୍ରୀଙ୍କୁ ଜଣାଇଥିଲେ । ଏଥିପାଇଁ ବ୍ୟବସାୟିକ ପ୍ରତିନିଧିମାନେ ଏମ୍ପିଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିବାର ଜଣାପଡ଼ିଛି ।
