କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ
ଭୁବନେଶ୍ୱର : ଗିରଫ ହୋଇଛନ୍ତି କୋରଡକଂଟାର କୋଟିପତି ଅଙ୍ଗନବାଡ଼ି ଦିଦି କବିତା ମଥାନ । ଗତକାଲି ଭିଜିଲାନ୍ସ ଚଢ଼ାଉ ସମୟରେ ତାଙ୍କର ୪ କୋଟି ଟଙ୍କାରୁ ଅଧିକ ସମ୍ପତି ଠାବ ହୋଇଥିଲା ।
ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ୩ଟି କୋଠା ଓ ୧୦ଟି ଜମି ରହିଛି । ଗତକାଲି ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା । ତାଙ୍କର ରାଜଧାନୀରେ ଗୋଟିଏ ୪ମହଲା କୋଠା, ଗୋଟିଏ ୩ ମହଲା କୋଠା ଓ ଦୁଇଟି ଦୁଇ ମହଲା କୋଠା ରହିଛି । ସେହିପରି କବିତାଙ୍କ ନାମରେ ବିଭିନ୍ନ ସ୍ଥାନରେ ୧୪ଟି ଜମି ରହିଛି, ଯେଉଁଥିରେ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ଜାଗା, ଜଗତସିଂହପୁରରେ ତିନୋଟି ଏବଂ ବାଲିଅନ୍ତାରେ ଗୋଟିଏ ଜମି । ଏଥିସହ ଗୋଟିଏ ୪ଚକିଆ ଗାଡି ଥିବା ବେଳେ ୩ଟି ଦୁଇ ଚକିଆ ଗାଡି ରହିଛି । ଏହାସହ ୬ଲକ୍ଷ ୩୬ହଜାର ଟଙ୍କାର ସୁନାଗହଣା ମଧ୍ୟ ଚଢାଉ ବେଳେ ମିଳିଥିଲା ।
