ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି : ୪ କୋଟିର ସମ୍ପତି ଠାବ
ଭୁବନେଶ୍ୱର : ଭୁବନେଶ୍ୱରରେ କୋଟିପତି ଅଙ୍ଗନବାଡ଼ି ଦିଦି । ଭିଜିଲାନ୍ସ ଚଢାଉ ବେଳେ ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କର ୪ କୋଟିର ସଂପତି ଠାବ ହୋଇଛି । ତାଙ୍କର ଭୁବନେଶ୍ୱର ରେ ୪ଟି କୋଠା ରହିଛି । ତା’ ଭିତରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା କୋଠା ରହିଛି ।
ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ ୧୪ ପ୍ଲଟ ଠାବ ହୋଇଛି । ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ମଧ୍ୟ ରହିଛି । ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି । ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି । ଭିଜିଲାନ୍ସ ଟିମ୍ ରେ ୧୦ ଡିଏସ୍ପି ଓ ୫ ଇନ୍ସପେକ୍ଟର ସାମିଲ ଥିଲେ । ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଥିଲା । ଏହା ପରେ ଭିଜିଲାନ୍ସର ୬ଟି ଟିମ୍ ୬ଟି ସ୍ଥାନରେ ଏକ କାଳିନ ଚଢ଼ଉ କରିଥିଲା ।
